ମମତାଙ୍କୁ ବଡ଼ ଝଟ୍‌କା, ପାଓ୍ୱାରଫୁଲ୍‌ ମନ୍ତ୍ରୀ ସୁଭେନ୍ଦୁ ଛାଡ଼ିଲେ ଦଳ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବଡ଼ ଝଟ୍‌କା । ଦଳରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏନେଇ ଶୁଭେନ୍ଦୁ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ହୁଗୁଳି ବ୍ରିଜ କମିଶନର ଅଧ୍ୟକ୍ଷ ପଦ ମଧ୍ୟ ଛାଡ଼ିଥିଲେ ।

Suvendu Adhikari Resignation

ତେବେ ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚା ହେଉଛି । ଶୁଭେନ୍ଦୁଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରଣାଳୟର ପୋର୍ଟଫୋଲିଓ ତାଙ୍କ କାର୍ଯ୍ୟାଳୟ ସହିତ ରଖିବେ ବୋଲି ମମତା ନିଷ୍ପତ୍ତି ନେଇଛନ୍ତି । ସେପଟେ ଶୁଭେନ୍ଦୁ ଯଦି ବିଜେପିକୁ ଆସନ୍ତି ତାଙ୍କୁ ସ୍ୱାଗତ କରାଯିବ ବୋଲି ବିଜେପି କହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ଦଳ ଛାଡିବା ତୃଣମୂଳ କଂଗ୍ରେସ ଉପରେ ପ୍ରଭାବ ପକାଇବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Mamata Banarjee

Leave a Reply