୫୦ ହଜାର କୋଟି ଟଙ୍କା ହରାଇଲେ ମୁକେଶ !

1 min read

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ହ୍ରାସ ହେବା ପରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର ( ୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି ଏବଂ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଷଷ୍ଠ ସ୍ଥାନରୁ ନବମ ସ୍ଥାନକୁ ଖସି ଆସିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ସେପ୍ଟେମ୍ବର ତ୍ରୟମାସରେ ଲାଭ ପୂର୍ବ ବର୍ଷ ତୁଳନାରେ ୧୫ପ୍ରତିଶତ କମ୍ ରହିଛି, ଯେଉଁଥିପାଇଁ କମ୍ପାନୀର ଅଂଶଧନ ମଧ୍ୟ ହ୍ରାସ ପାଇଛି । ସୋମବାର ଦିନ କମ୍ପାନୀର ସେୟାର ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କା ହୋଇଛି । ଏହାସହ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

ଆଶାଠାରୁ କମ ଲାଭ

ରିଲାଏନ୍ସ ସେୟାର ହ୍ରାସ ହେବାପରେ କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେଟୱର୍ଥକୁ ଗୋଟିଏ ଷ୍ଟ୍ରୋକରେ ୬.୮ ବିଲିୟନ ଡ଼ଲାରରେ ହ୍ରାସ କରିଛି । ଏହା ସହ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଷଷ୍ଠରୁ ନବମ ସ୍ଥାନକୁ ଖସି ଆସିଛନ୍ତି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ୭୧.୫ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଆଜି ମଧ୍ୟ ସେୟାର ମୂଲ୍ୟ ହ୍ରାସ ପାଇଛି

ଶୁକ୍ରବାର ଦିନ ରିଲାଏନ୍ସର ମାର୍କେଟ କ୍ୟାପ୍ ୧୩.୮୯ ଲକ୍ଷ କୋଟି ଥିଲା, କିନ୍ତୁ ସୋମବାର ଏହା ମାତ୍ର ୧୨.୬୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ମଙ୍ଗଳବାର ଦିନ ରିଲାଏନ୍ସ ସେୟାର ହ୍ରାସ ପାଇଛି ଏବଂ ଏହାର ବଜାର କ୍ୟାପ୍ ପ୍ରାୟ ୧୨.୬୬ ଲକ୍ଷ କୋଟି ଟଙ୍କା ରହିଛି । ମଙ୍ଗଳବାର ଦିନ ରିଲାଏନ୍ସ ଷ୍ଟକ୍ ମୂଲ୍ୟ ପ୍ରାୟ ୧୮୭୩ ଟଙ୍କା ରହିଛି ।

ସୂଚନା ଯୋଗ୍ୟ ଯେ, ପ୍ରଥମ ସେପ୍ଟେମ୍ବରରେ ଆସିଥିବା ହାରୁନଙ୍କ ରିଚ୍ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ଲକଡାଉନ ପରଠାରୁ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି । ରିମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ସେ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି । ତାଙ୍କ ନେତୃତ୍ୱରେ ଗତ କିଛି ମାସ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଛି ।

Leave a Reply