ରେଳରେ ଓଡିଶାକୁ ୬୯୯୫.୫୮ କୋଟି, ନୂଆ ବଜେଟରେ ନିର୍ମାଣ ହେବ ୬ ନୂଆ ଲାଇନ

1 min read

ଭୁବନେଶ୍ବର: ୨୦୨୧-୨୨ ରେଳ ବଜେଟର ଓଡିଶାକୁ ମିଳିଲା ୬୯୯୫.୫୮ କୋଟି । କେନ୍ଦ୍ରୀୟ ରେଳ ବଜେଟରେ ବଢିଛି ଓଡିଶାର ଅନୁଦାନ । ଗତବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୧ ପ୍ରତିଶତ ଅଧିକ ଅନୁଦାନ ପାଇଁଛି ଓଡିଶା । ଚଳିତବର୍ଷ ଓଡିଶା ପାଇଁ କେନ୍ଦ୍ରୀୟ ବଜେଟରେ ୬୯୯୫.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷ ଅର୍ଥାତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଅନୁଦାନ ରାଶି ରହିଥିଲା ୫୭୫୯.୬୪ କୋଟି ଟଙ୍କା । ନୂତନ ଅନୁଦାନରେ ଓଡିଶାରେ ୧୦ଟି ନୂତନ ରେଳ ଲାଇନ ନିର୍ମାଣ କରିବାକୁ ବ୍ୟୟ ବରାଦ ହୋଇଛି ଅର୍ଥ ।

ନୂଆ ବଜେଟରେ ୯୮.୭ କିଲୋମିଟର ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୦୦ କୋଟି ଟଙ୍କା ଅନୁଦାନ ହୋଇଥିବାବେଳେ ୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । ସେହିପରି ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ ୧୦୦୦.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ସମ୍ବଲପୁର- ତାଳଚେରର ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା ଦିଆଯାଇଥିବା ବେଳେ ସମ୍ବଲପୁର – ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଟିଟିଲାଗଡରୁ ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି । ରାଉରକେଲାରୁ ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି । ଅନ୍ୟପଟେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ମାଣ ହୋଇଥିବା ନୂତନ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଅର୍ଥ ବଜେଟରେ ଦିଆଯାଇଛି ।

Leave a Reply