୨୨ ଦିନରେ ୫ ଦଫାର ସାରୁଅ ଦାବି; ୨୬ରେ ବିଚାର ପାଇଁ ଶେଷ ସୁଯୋଗ

ଭୁବନେଶ୍ୱର: ୨୨ ଦିନରେ ପହଞ୍ଚିଛି ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ୫ ଦଫା ଦାବିରେ ଠିକା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସ୍ଥାୟୀ ନିଯୁକ୍ତି, ୧୫ ହଜାର ଟଙ୍କା ଦରମା ଭଳି ପାଞ୍ଚଟି ଦାବି ନେଇ ଆନ୍ଦୋଳନ ଚାଲିଛି । ମାମଲାକୁ ନେଇ ଆସନ୍ତା ୨୬ ତାରିଖରେ ଡିଭିଜନାଲ ଲେବର କମିଶନର ଶୁଣାଣି ଶେଷ ହେବ ।

ଗତ ବୁଧବାର ମାମଲାର ବିଚାର ପାଇଁ କମିଶନରଙ୍କ ନିକଟରେ ଓଟିଭି କର୍ତ୍ତୃପକ୍ଷଙ୍କ ସହ ଆନ୍ଦୋଳନରତ ଠିକା କର୍ମଚାରୀ ହାଜର ହୋଇଥିଲେ । ହେଲେ ଏହି ବୈଠକରେ କୌଣସି ନିସ୍କର୍ଷ ବାହାରି ପାରି ନଥିଲା  । ଫଳରେ ଆସନ୍ତା ୨୬ ତାରିଖରେ ମାମାଲାର ବିଚାର ପାଇଁ ଅନ୍ତିମ ତଥା ଶେଷ ସୁଯୋଗ ଦେଇଛନ୍ତି ଡିଭିଜିନାଲ ଲେବର କମିଶନର । ନ୍ୟାୟ ପାଇଁ ପୂର୍ବରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡି ସ୍ମାରକପତ୍ର ପ୍ରଦାନ କରି ସାରିଛନ୍ତି ଠିକା କର୍ମଚାରୀ ।

ସେପଟେ ଏହି ଜମି କେଳେଙ୍କାରୀ ମାମଲାରେ କେତେବେଳେ ବି ଜୟ ଜଗିଙ୍କୁ ବାନ୍ଧିପାରେ କ୍ରାଇମବ୍ରାଞ୍ଚ । ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ ପଣ୍ଡା ଦମ୍ପତି ଅପିଲ ମଧ୍ୟ ଖାରଜ ହୋଇଯାଇଛି   । ଫଳରେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପଣ୍ଡା ଦମ୍ପତ୍ତି । ଏହାକୁ ଏଡାଇବାକୁ ଯାଇ ଉଭୟ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇପାରନ୍ତି ।

ସେପଟେ କିନ୍ତୁ ଏଭଳି ମାମଲାରେ ସୁପ୍ରିମକୋର୍ଟ ଆଗୁଆ ଜାମିନ ଆବେଦନକୁ ଗ୍ରହଣ କରିବେ ନାହିଁ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ । ଦଳିତଙ୍କ ଜମି ହଡପ ଭଳି ସଙ୍ଗୀନ ମାମଲାରେ ଦୋଷୀଙ୍କ ପାଇଁ ରହିଛି ୧୦ବର୍ଷ ଜେଲ ଦଣ୍ଡ ବିଧାନ । ଫଳରେ ୭ବର୍ଷରୁ ଅଧିକ କୌଣସି ମାମଲାରେ ସୁପ୍ରିମକୋର୍ଟଙ୍କର ମଧ୍ୟ ଜାମିନ ପ୍ରଦାନ କରିବାର କ୍ଷମତା ନାହିଁ । ଫଳରେ ପଣ୍ଡା ଦମ୍ପତି ଗିରଫ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି  ।

Leave a Reply