ସରକାରୀ ସହାୟତା ଲାଗି ଆଧାର ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

Now, get Aadhaar card for your 1-day-old child, check the procedure here

ନୂଆଦିଲ୍ଲୀ: ୨୦୧୮ର ଆଧାର ସମ୍ପର୍କିତ ଏକ ରିଭ୍ୟୁ ପିଟିସନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ଓ ସୁରକ୍ଷିତ ବୋଲି କହିଛନ୍ତି । ହେଲେ ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ୪ ଜଣ ପିଟିସନ ଖାରଜକୁ ସମର୍ଥନ କରିଥିବା ବେଳେ ଜଣେ ମାତ୍ର ବିଚାରପତି ଏହାର ବିରାେଧ କରିଛନ୍ତି ।

ଏଥିସହିତ ସେ ଏହାକୁ ‘ସାମ୍ବିଧାନିକ ତ୍ରୁଟି’ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି। ଆସନ୍ତୁ ଜାଣିବା ଏସମ୍ପର୍କରେ କିଛି ତଥ୍ୟ…

ସରକାରୀ ସୁବିଧା ସୁଯୋଗ ପାଇବା ଓ ପରିଚୟ ଚିହ୍ନଟରେ ବାୟୋମେଟ୍ରିକକୁ ଶୀର୍ଷ ଅଦାଲତ ଅନିବାର୍ଯ୍ୟ କରିବା ପରେ ୨୦୧୮ରେ ୪:୧ ଅନୁପାତରେ ଏହାକୁ ଖଣ୍ଡପୀଠଙ୍କ ସମର୍ଥନ ମିଳିଥିଲା ।

ଜାନୁଆରି ୧୧ରେ ସୁପ୍ରିମକାେର୍ଟ ଏକାଧିକ ରିଭ୍ୟୁ ପିଟିସନର ସମୀକ୍ଷା କରିଥିଲେ । ଆଉ ବୁଧବାର ଦିନ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇଥିଲା । ଏଏମ୍ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ୨୦୧୮ରେ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ବିରୋଧରେ ଆବେଦନ ହୋଇଥିବାର ସମୀକ୍ଷା କରି ଖାରଜ କରି ଦେଇଛନ୍ତି ।

ହେଲେ ଏହାକୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ନାପସନ୍ଦ କରିଛନ୍ତି । ମନି ବିଲ୍ ପରି ଆଧାର ବିଲରେ ସାମ୍ବିଧାନିକ ବେଞ୍ଚ ସ୍ଥାପନ ନହେବା ଯାଏଁ ଉକ୍ତ ପିଟିସନକୁ ବିଚାରଧୀନ ରଖିବା ଳାଗି ସେ ପ୍ରକାଶ କରିଥିଲେ ।

ସେହିପରି ୨୦୧୮ ମସିହାରେ ଏହାକୁ ବିଚାରକୁ ନେଇ ଜଷ୍ଟିସ୍ ଚନ୍ଦ୍ରଚୁଡ କହିଥିଲେ ଯେ ଆଧାରକୁ ମନି ବିଲ୍ ରୂପେ ପାରିତ କରାଯାଇ ପାରିବ ନାହିଁ ।

ବହୁମତ ଅନୁସାରେ ୨୦୧୮ରେ ହୋଇଥିବା ନିଷ୍ପତ୍ତିକୁ ଆଧାର କରି ୨୦୧୯ରେ ପୁର୍ନବିଚାର କରିବା ପର୍ଯ୍ୟାପ୍ତ ନୁହେଁ ।

Leave a Reply