ଶରଦ ପାୱରଙ୍କର ତେଜସ୍ୱୀଙ୍କୁ ପ୍ରଶଂସା; କହିଲେ, ପରିବର୍ତ୍ତନ ପାଇଁ ରାସ୍ତା ଖୋଲିଲେ ତେଜସ୍ୱୀ…

ପାଟଣା: ବିହାର ନିର୍ବାଚନ ଭୋଟ ଗଣତିରେ ଘମାଘୋଟ ଲଢେଇ ହେଉଛି । ଏ ଲଢେଇରେ ତେଜସ୍ୱୀ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏନଡିଏକୁ ତେଜସ୍ୱୀ ଏକାକୀ ଟକ୍କର ଦେଉଛନ୍ତି । କଂଗ୍ରେସ ୭୦ ସିଟରେ ନିର୍ବାଚନ ଲଢି ମଧ୍ୟ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିପାରିନି । ତେବେ ତେଜସ୍ୱୀଙ୍କ ଉଦ୍ୟମକୁ ଖୋଲା ମନରେ ପ୍ରଶଂସା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ସେ କହିଛନ୍ତି ଯେ ବିହାର ନିର୍ବାଚନରେ ଗୋଟିଏ ପାର୍ଶ୍ୱରେ ମୋଦିଙ୍କ ଭଳି ଦୁଇ ଦୁଇ ଥର ନିର୍ବାଚିତ ପ୍ରଧାନମନ୍ତ୍ରୀ ଓ ୩ୟ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗ ସମ୍ଭାଳିଥିବା ବେଳେ ଅନ୍ୟପକ୍ଷରେ ତେଜସ୍ୱୀ ଯାଦବ ଏକାକୀ ମହାଗଠବନ୍ଧନକୁ ବାଟ କଢାଉଛନ୍ତି । ଏମିତି ବି ହୋଇପାରେ, ଏନଡିଏ ପୁଣି ସରକାର କରିବ । ମାତ୍ର ତେଜସ୍ୱୀଙ୍କ ପରିଶ୍ରମ ଓ ନିଷ୍ଠା ଆସନ୍ତାକାଲିର ପରିବର୍ତ୍ତନ ପାଇଁ ରାସ୍ତା ଖୋଲିବ । ଅନଭିଜ୍ଞ ଯୁବ ନେତା ପାଇଁ ଏହା କମ୍ ବଡ କଥା ନୁହେଁ । ତେବେ ବର୍ତ୍ତମାନର ଗଣତି ସୁଦ୍ଧା ବିହାରରେ ଦୁଇ ଗଠବନ୍ଧନ ମଧ୍ୟରେ ଭରପୂର ଲଢେଇ ହେଉଛି । ଏନଡିଏ ୧୨୪ଟି ଆସନରେ ଆଗରେ ଥିବା ବେଳେ ଆରଜେଡି ଯୁକ୍ତ ମହାଗଠବନ୍ଧନ ୧୧୨ଟିରେ ଆଗରେ ରହିଛି ।

Leave a Reply