ବିଜେପି ଓ ଶିବସେନା ମୁହାଁମୁହିଁ, ED ଅଫିସ୍‌ ଆଗରେ ଲାଗିଲା BJP କାର୍ଯ୍ୟାଳୟ ବ୍ୟାନର

1 min read
BJP mumbai ED Office

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମୁହାଁମୁହିଁ । ତେଜିଲା ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାରେ ରାଜନୀତି । ଇଡି ଅଫିସ୍‌ ଆଗରେ ବିଜେପି ବ୍ୟାନର ମାରିଲା ଶିବସେନା । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷାଙ୍କୁ ହାଜର ପାଇଁ ସମନ କରିଥିଲା ଇଡି । ଏହାର ପ୍ରତିବାଦରେ ମୁମ୍ବାଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସ୍ ବାହାରେ ଏହା ‘ଭାଜପା ରାଜ୍ୟ କାର୍ଯ୍ୟାଳୟ’ ଲେଖାଥିବା ବ୍ୟାନର ମାରିଛନ୍ତି ଶିବସେନା କର୍ମୀ । ଏହି ବ୍ୟାନରକୁ ହିନ୍ଦୀରେ ଲେଖାଯାଇଛି ।

Sanjay rout

ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ସମନ କରିବାରୁ ଏହାକୁ ବିଜେପିର ଚାଲ ବୋଲି କହିବା ସହ ଭୀଷଣ ବର୍ଷିଥିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଇଡି କାର୍ଯ୍ୟାଳୟରେ ବିଜେପିର ଏକ ଶାଖା ରହିବା ଦରକାର । ୧୨ ବର୍ଷ ତଳର ଘଟଣାକୁ ଏବେ ଉଠାଇବାରେ କିଛି ମାନେ ନାହିଁ । ସେତେବେଳେ ବର୍ଷା ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ଯେତେବେଳେ ବିଜେପି ସହ ଥିଲେ କିଛି ଅସୁବିଧା ନଥିଲା ଏବେ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ସମନର ଉଚିତ୍‌ ଜବାବ ଦିଆଯିବ ବୋଲି କହିଛନ୍ତି ସଂଜୟ ।

ED Summons Sanjay Rauts Wife In PMC Bank Scam Case

ତେବେ ଇଡି ଅଫିସ୍‌ ଆଗରେ ଶିବସେନା କର୍ମକର୍ତ୍ତା ବ୍ୟାନର ଲଗାଉଥିବା ବେଳର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ବାରଣ କରୁଥିବା ଭିଡିଓରେ ଦେଖାଯାଇଛି । ତେବେ ଏନେଇ ବୃହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ-ବିଏମ୍‌ସିରେ ଅଭିଯୋଗ କରିବାକୁ ଶିବସେନା କର୍ମୀ ପୋଲିସକୁ କହୁଥିଲେ ।

Leave a Reply