ଷ୍ଟୋନ ବଦଳରେ ବାହାର କରିଦେଲେ କିଡନୀ, ଧରାପଡ଼ିବା ପରେ ଅଫର କଲେ ୧୦ ଲକ୍ଷ ଟଙ୍କା

ପାଟଣା: ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ରୂପ ବୋଲି ବିବେଚନା କରାଯାଏ । କିନ୍ତୁ ବିହାରର ଏକ ଡାକ୍ତରଖାନାରେ ଡାକ୍ତରଙ୍କ ଅବହେଳା ହେତୁ ଜଣେ ରୋଗୀଙ୍କ ଜୀବନ ବିପଦରେ ପଡ଼ିଯାଇଛି । ଏହି ମାମଲା ପାଟଣାର କଙ୍କଡବାଗସ୍ଥିତ ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି, ଯେଉଁଠାକୁ ବେଗୁସରାଇର ମହମ୍ମଦ ମୁଜାହିଦ୍ ଚିକିତ୍ସା ପାଇଁ ଆସିଥିଲେ । ସୂଚନା ଅନୁଯାୟୀ ତାଙ୍କ ବାମ କିଡନୀରେ ଏକ ଷ୍ଟୋନ ଥିଲା, ଯେଉଁଥିପାଇଁ ସେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଏହାର ଅପରେସନ୍ କରିବାକୁ ପଡ଼ିବ ବୋଲି କହିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀଙ୍କ ପରିବାର କହିବା ଅନୁଯାୟୀ, ଡାକ୍ତର ଇପରେସନ କରି ଷ୍ଟୋନ ବାହାର କରିବା ପରିବର୍ତ୍ତେ କିଡନୀକୁ ବାହାର କରିଦେଇଛନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଏହି ଘଟଣା ଜଣାପଡିଥିଲା ​​ଏବଂ ରୋଗୀଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ହୋହାଲ୍ଲା କରିବା ଆରମ୍ଭ କଲେ, ଡାକ୍ତରମାନେ ସେମାନଙ୍କର ଭୁଲକୁ ଗ୍ରହଣ କରି ରୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଅଫର ମଧ୍ୟ ଦେଇଥିଲେ ।

ଉଠିଲା ପ୍ରଶ୍ନ, କିଡନୀ ରାକେଟ ସହ ଜଡ଼ିତ ନୁହେଁ ତ ମାମଲା ?

ଘଟଣାଟି ସାମ୍ନାକୁ ଆସିବା ପରେ ରୋଗୀଙ୍କ ପରିବାର ଲୋକ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ହାତେଇବା ସହ ସଂପୂର୍ଣ୍ଣ ମାମଲାକୁ ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଡାକ୍ତରମାନେ କାହିଁକି ଜଣେ ରୋଗୀର ଜୀବନ ବିପଦରେ ପକାଇବାକୁ ଚାହିଁବେ ? ଆଉ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏହି ମାମଲାରେ କୌଣସି କିଡନୀ ରାକେଟର ହାତ ରହିଛି କି ?

ପ୍ରଥମେ ସତ୍ୟତା ଲୁଚାଇଲେ, ପରେ ରୋଗୀଙ୍କ ପରିବାରକୁ ଅଫର କଲେ ୧୦ ଲକ୍ଷ ଟଙ୍କା

ଡାକ୍ତର ପିକେ ଜୈନଙ୍କ କହିବା ଅନୁଯାୟୀ, ଅପରେସନ ସମୟରେ ଷ୍ଟୋନ ନଜର ଆସିଥିଲା ଯାହାକି ଅଲଟ୍ରାସାଉଣ୍ଡ ସମୟରେ ଦେଖାଯାଇନଥିଲା । ଅପରେସନ ବେଳେ ବହୁତ ରକ୍ତ ବାହାରିଥିଲା ଯାହାକୁ ଅଟକାଇବାକୁ କିଡନୀ ବାହାର କରିବାକୁ ପଡ଼ିଲା । କେବଳ ସେତିକି ନୁହେଁ ରୋଗୀ ପେଟରୁ ବାହାର କରିଥିବା କିଡନୀକୁ ଡାକ୍ତର ମାନେ ତାଙ୍କ ପରିଜନଙ୍କୁ ମଧ୍ୟ ଦେଖାଇଥିଲେ । ଡାକ୍ତରଖାନା ତରଫରୁ ଏହା କୁହାଯାଇଥିଲା ଯେ, ଏହା ମାନବୀନ ଭୁଲ ଅଟେ । ଅନେକ ଥର ଜାକ୍ତରଖାନାରେ ଏଭଳି ଙୁଲ ଦେଖିବାକୁ ମିଳେ । ଏହାପରେ ଡାକ୍ତରଖାନା ତରଫରୁ ୧୦ ଲକ୍ଷ ଟହ୍କା ଅଫର କରି ମାମଲାକୁ ରଫା ଦଫା କରିବାକୁ ମଧ୍ୟ କୁହାଯାଇଥିଲା । ଏହା ଶୁଣିବା ପରେ ପରିବାର ଲୋକ ଉତ୍ୟକ୍ତ ହୋଇଉଠିଲେ । ଏହାପରେ ଡାକ୍ତରମାନେ କହିଥିଲେ ଯେ, ଯଦି ଆବଶ୍ୟକ ପଡ଼ିବ ରୋଗୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯିବ ।

ଡାକ୍ତର ନିଜ ଭୁଲ ମାନିଲେ

ପିଡ଼ୀତ ମହମ୍ମଦ ମୁଜାହିଦଙ୍କ କହିବା ଅନୁଯାୟୀ, ତାଙ୍କୁ ଯେତେବେଳେ ବାମ ପରିବର୍ତ୍ତେ ଡାହାଣ ପଟେ ଦରଜ ହେବା ଆରମ୍ଭ ହେଲା ସେ ଏନେଇ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ଅନେକ ଉତ୍ତେଜନା ପେର ଡାକ୍ତର ଶେଷରେ ନିଜ ଭୁଲ ସ୍ୱୀକାର କଲେ ।

Leave a Reply