ଚିନ୍ତା ବଢ଼ାଉଛି ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

1 min read
Health Department Setuped A Committee In View Of Surges Corona Cases In Other State

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି । ଟିକାକରଣରେ ଭାରତ ସବୁଠୁ ଆଗରେ ରହିଥିବା ବେଳେ କରୋନାର ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି। ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ଭାରତରେ ୪ ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ର ସଂକ୍ରମିତ ହୋଇଥିବାବେଳେ ଜଣେ ବ୍ରାଜିଲ୍ ଷ୍ଟ୍ରେନ୍ ପଜିଟିଭ୍ ଚିହନଟ ହୋଇଛନ୍ତି। ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଆଶଙ୍କାରେ ଦେଶର ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି କରିଦିଆଯାଇଛି।

କର୍ଣ୍ଣାଟକା ଓ କେରଳରେ କରୋନା କଟକଣା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ବେଙ୍ଗାଲୁରୁ ବିମାନ ବନ୍ଦରରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ କରୋନା RT-PCR ଟେଷ୍ଟ କରାଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯାତ୍ରୀମାନେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଦେଇ ଯାତ୍ରା କରିଥିବେ, ସେମାନଙ୍କ ପାଇଁ ଏହି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

କେବଳ ଏତିକିନୁହେଁ ଯଦି କେହି ବ୍ୟକ୍ତି ପୂର୍ବରୁ ଟେଷ୍ଟ କରିଥାନ୍ତି ଏବଂ ନେଗେଟିଭ ଆସିଥାନ୍ତି, ତେବେ ବି ତାଙ୍କୁ ବିମାନବନ୍ଦରରେ ଟେଷ୍ଟ କରିବାକୁ ପଡ଼ିବ। କାରଣ ନେଗେଟିଭ୍ ରିପୋର୍ଟ ଦେଖାଇଲେ ବି ଏୟାରପୋର୍ଟରେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୋଟିସ ଜାରି କରିଛି।

 

Leave a Reply