ଭାରତକୁ ପ୍ରଶଂସା କରି ଚୀନ ବିରୋଧରେ ବିଷ ଓଗାଳିଲା ଶ୍ରୀଲଙ୍କା

China Srilanka

ନୂଆଦିଲ୍ଲୀ: ଚୀନ ବିରୋଧରେ ମୁହଁ ଖୋଲିଲା ଶ୍ରୀଲଙ୍କା । ଭାରତର ପ୍ରଶଂସା କରି ଚୀନ ବିରୋଧରେ ବିଷ ଓଗାଳିଛି ଶ୍ରୀଲଙ୍କା । ନିଜର ବୈଦେଶିକ ନୀତିକୁ ନେଇ ବୁଧବାର ସ୍ପଷ୍ଟୀକରଣ ଦେବା ବେଳେ ବୈଦେଶିକ ସଚିବ ଜୟନାଥ କଲୋମ୍ବେଜ୍ ଏପରି କହିଛନ୍ତି । ଶ୍ରୀଲଙ୍କା ନୂଆ ବୈଦେଶିକ ନୀତି ଆପଣେଇ ଥିଲେ ମଧ୍ୟ ସୁରକ୍ଷା ଓ ରଣକୌଶଳ ଦୃଷ୍ଟିରୁ ‘ଇଣ୍ଡିଆ ଫାଷ୍ଟ’କୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଛି ।

ଶ୍ରୀଲଙ୍କା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ଜୟନାଥ କଲୋମ୍ବେଜ୍ । ଭାରତ ଯେମିତି ଶ୍ରୀଲଙ୍କାଠୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀଲଙ୍କା କହିଛି । ଏଥିସହ ହାମ୍ବନତୋଟା ବମ୍ବରକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ୍ ଦେବା ଶ୍ରୀଲଙ୍କାର ସବୁଠୁ ବଡ ଭୁଲ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ନିଜର ବିସ୍ତାରବାଦୀ ଚିନ୍ତାଧାରା ପରେ ବିବାଦକୁ ଭଲ ପାଉଥିବା ଚୀନ ସହ ଅନେକ ରାଷ୍ଟ୍ରଙ୍କ ସମ୍ପର୍କ ତିକ୍ତ ହୋଇଛି । ଭାରତ ଓ ଆମେରିକାର ଡ଼ିଜିଟାଲ ଷ୍ଟ୍ରାଇକ ସହ ଅନେକ ବ୍ୟବସାୟିକ ଚୁକ୍ତି ପ୍ରତ୍ୟାଖ୍ୟାନ ମଧ୍ୟ ଚୀନକୁ ଚେତେଇପାରୁନି । ଏଭଳି ସ୍ଥିତିରେ ଚୀନ ଆମେରିକା ସମ୍ପର୍କକୁ ଅଧିକ ପ୍ରଭାବିତ କରିଛି ଜାସୁସି ବିମାନ ।

Leave a Reply