ଏଥର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ

1 min read
Who Will Win Pipili By Election, Know Pipili Politics History

ଭୁବନେଶ୍ୱର: ଗୁରୁବାରଠାରୁ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର ୨୨ତାରିଖରୁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ପ୍ରଚାରର ମଙ୍ଗ ସମ୍ଭାଳିବେ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ବିଜେପି ପାଇଁ ପ୍ରଚାର କରିବେ । ସଭା ଓ ରୋଡ୍‌ ଶୋ’ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର । ସେପଟେ ବିଜେଡି ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଜାରି ରଖିଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ

ଗୁରୁବାରଠାରୁ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଷ୍ଟାର୍‌ ପ୍ରଚାରକ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର ୨୨ତାରିଖରୁ ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲରେ ପ୍ରଚାରର ମଙ୍ଗ ସମ୍ଭାଳିବେ ।#ByeElection #Balasore #Tirtol #NandighoshaTV

Nandighosha TV यांनी वर पोस्ट केले मंगळवार, २० ऑक्टोबर, २०२०

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖାଯାଇଛି । ତାଙ୍କ ପାଇଁ ରାଜ୍ୟର ହେଭିଓ୍ୱେଟ୍‌ ନେତା ପ୍ରଚାର କରୁଛନ୍ତି । ମୂଳିସିଂ ଓ କନକପୁରରେ ରୋଡ୍‌ ଶୋ’ ମଧ୍ୟ କରିଛି ବିଜେଡି । ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ । ରଘୁନାଥପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ମଧ୍ୟ ଯୋଗଦେଇଥିଲେ ।

Leave a Reply