ସେପ୍ଟେମ୍ୱର ୩୦ ସୁଦ୍ଧା ଇ-ପାଉତି ବ୍ୟବସ୍ଥା, ରାଜ୍ୟରେ ସ୍ୱଚ୍ଛ ହେବ ଖଜଣା ଦାଖଲ ପ୍ରକ୍ରିୟା…

1 min read

ଭୁବନେଶ୍ୱର: ରାଜ୍ୟରେ ଇ-ପାଉତି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ରାଜସ୍ୱ ବିଭାଗରେ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଉଛନ୍ତି । ସେପ୍ଟେମ୍ୱର ୩୦ ସୁଦ୍ଧା ରାଜ୍ୟରେ ଅନଲାଇନ ଖଜଣା ପଇଠ ବ୍ୟବସ୍ଥା ଲାଗୁ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ପୋଟାର୍ଲ ସମ୍ୱନ୍ଧୀୟ  କରିବା ସହ ସମସ୍ତ ତଥ୍ୟ ରେକର୍ଡ କରିବା ପାଇଁ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଇ-ପାଉତି ଓ ପାଉତି ମୋବାଇଲ ଆପ୍‌ରେ ଖଜଣା ଦାଖଲ ପାଇଁ ରାଜସ୍ବ ବିଭାଗ ଗାଇଡଲାଇନ ଜାରି କରିଛି ।

  • ୨୦୧୯-୨୦ରେ ଆଦାୟ ହୋଇଥିବା ଖଜଣା ସଂପର୍କରେ ଇେଲକ୍ଟ୍ରୋନିକ ଟେନାନ୍ଟ ଲେଜରରେ ସେପ୍ଟେମ୍ବର ୩୦ ସୁଦ୍ଧା ଏଣ୍ଟ୍ରି ହେବ ।
  • ଇପାଉତିରେ ଏଣ୍ଟ୍ରି କରିବାକୁ ଅଫଲାଇନ୍ ଖଜଣା ଆଦାୟ ତଥ୍ୟ ରାଜସ୍ବ ନିରୀକ୍ଷକଙ୍କୁ ସେମାନଙ୍କ ଲଗ୍ଇନରେ ପ୍ରଦାନ କରାଯିବ ।
  • ଓଡ଼ିଶା ଟ୍ରେଜରି ପୋର୍ଟାଲରୁ ଚାଲାଣ ନେଇ ପାଖ ବ୍ୟାଙ୍କରେ ଅଫଲାଇନ୍‌ରେ ଟଙ୍କା ଜମା କରିବେ ରାଜସ୍ବ ନିରୀକ୍ଷକ ।
  • ରାଜସ୍ବ ପରିଷଦର ନିୟମାବଳୀ ଅନୁସାରେ ୨୦୨୦-୨୦୨୧ ଆର୍ଥିକ ବର୍ଷର ପାଉତି ବାବଦ ଖଜଣା ଏଣ୍ଟ୍ରି କରାଯିବ ।

 

ଆରଆଇ ସର୍କଲ ଦାୟିତ୍ବରେ ଥିବା ତହସିଲଦାର ବା ଅତିରିକ୍ତ ତହସିଲଦାର ୧୦ ପ୍ରତିଶତ ଇେଲକ୍ଟ୍ରୋନିକ ଟେନାନ୍ଟ ଲେଜର ଏଣ୍ଟ୍ରିର ତଦାରଖ କରିବେ । ସେହିପରି ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା କରାଯାଇଥିବା ପ୍ରାୟ ଏକ ପ୍ରତିଶତ  ଇେଲକ୍ଟ୍ରୋନିକ ଟେନାନ୍ଟ ଲେଜର ଏଣ୍ଟ୍ରିର ଯାଞ୍ଚ କରିବେ ଉପ-ଜିଲ୍ଲାପାଳ ।

 

ସେହିଭଳି ଖଜଣାତାଦା ଇପାଉତି ଆପ୍ ଡାଉନଲୋଡ୍ କରି ଅନଲାଇନ ଚାଲାଣ ବ୍ୟବସ୍ଥାର ଲାଭ ଉଠାଇପାରିବେ । । ସେଥିରେ ନିଜ ଜିଲ୍ଲା ଓ ଘରବାଡ଼ି ସଂପର୍କରେ ତଥ୍ୟ ଏଣ୍ଟ୍ରି କଲେ ଖଜଣା ବାବଦ ରାଶି ଜାଣି ହେବ ।  ରାଜସ୍ବ ନୀରିକ୍ଷକଙ୍କ ପାଖରେ ଦାଖଲ କରିବାକୁ ହେଲେ odishalandrevenue.nic.in ରେ ଲଗ୍ ଇନ୍ କରିବାକୁ ପଡିବ ।

Leave a Reply