୩ ହାତୀ ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା STF

1 min read

ଭୁବନେଶ୍ୱର: ଏସଟିଏଫକୁ ବଡ଼ ସଫଳତା । ଯାଜପୁର ଜିଲ୍ଲାରେ ରେଡ୍ କରି ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF) ୩ ଗୋଟି ହାତୀ ଦାନ୍ତ ଜବତ କରିଛି । ଏସଟିଏଫ୍ ଟିମ୍ ଶୁକ୍ରବାର ସକାଳେ ଯାଜପୁର ଜିଲ୍ଲା କବାଟବନ୍ଧ ଛକ ନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ରେଡ୍ କରିଥିଲା । ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଗୋଟି ହାତୀ ଦାନ୍ତ ଜବତ କରାଯାଇଛି ।

STF Seized Three Elephant Tusk, Arrested Three At Jajpur

୩ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର ଅମ୍ବୁଜ ପ୍ରଧାନ । ସେମାନଙ୍କ ଠାରୁ ହାତୀ ଦାନ୍ତ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଅଭିଯୁକ୍ତମାନେ ହାତୀ ଦାନ୍ତ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଏସଟିଏଫ ଦାନ୍ତ ଜବତ କରିଥିଲା ।

 STF Seized Three Elephant Tusk, Arrested Three At Jajpur

୩ ଅଭିଯୁକ୍ତଙ୍କୁ ଗିରଫ କରାଯିବ ସହ ଚଣ୍ଡିଖୋଲ ଜେଏମଏଫସିରେ ହାଜ କରାଯାଇଛି । ଏନେଇ ଏସଟିଏଫ ପକ୍ଷରୁ ଧାରା ୩୭୯/୪୧୧ରେ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ଏସଟିଏଫ୍ ସୂଚନା ଦେଇଛି ।

Leave a Reply