ଭାଉଜଙ୍କୁ ଦୋଷୀ କହି ଫେସବୁକ୍ LIVEରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ

ଢେଙ୍କାନାଳ: ପୁଣି ଫେସ୍‌ବୁକ୍‌ରେ ଲାଇଭ୍ ‌ସୁଇସାଇଡ୍‌ । ଆଉ ମୃତ୍ୟୁର ନିକଟତର ହୋଇ କହିଲେ ଆତ୍ମହତ୍ୟାର କାରଣ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଦୟୀ ଥିବା ଭାଉଜଙ୍କ ନାଁ ନେବା ସହ ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ତାପରେ ଫେସ୍‌ବୁକ୍‌ ଲାଇଭ୍‌ରେ ବିଷ ପିଇଦେଇଥିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁରେ ଏଭଳି ଘଟଣା ଘଟିଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, କୁନାଳ ସ୍ୱାଇଁ ନାମକ ଯୁବକ ଗତକାଲି ରାତିରେ ବିଷ ପିଇ ଫେସ୍‌ବୁକ୍‌ ଲାଇଭ୍‌ କରିଥିବା ଭାଇରାଲ ହେବାରେ ଲାଗିଛି । କୁନାଳ ବିଷ ପିଇଦେବା ପରେ ପରିବାର ଲୋକ ତାଙ୍କୁ କଟକ ନେଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଫେସ୍‌ବୁକ୍‌ ଲାଇଭରେ ତାଙ୍କୁ ତାଙ୍କ ଭାଉଜ ଓ କିଛି ଗ୍ରାମବାସୀ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି  । ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ତାଙ୍କ ନାଁ କହିଛନ୍ତି କୁନାଳ ।

ତେବେ ମୃତ ଯୁବକ କୁନାଳ ମୋବାଇଲ ଟାୱାରରେ କାମ କରୁଥିଲେ । ଲାଇଭ ସୁଇସାଇଡରେ ତାଙ୍କୁ ହଇରାଣ ହରକତ କରିଥିବା ଲୋକଙ୍କ ନାଁ ନେଇଥିବାବେଳେ ନିଜ ଭାଇଙ୍କର କିଛି ଦୋଷ ନାହିଁ ବୋଲି କହିଛନ୍ତି କୁନାଲ । କେବଳ ସେତିକି ନୁହେଁ ତିନିଦିନ ପୂର୍ବରୁ ମଧ୍ୟ କୁନାଳ ଫେସ୍‌ବୁକ୍‌ରେ ଏହା ତାଙ୍କର ଶେଷ ପୋଷ୍ଟ ବୋଲି ଉଲ୍ଲେଖ କରିଥିଲେ  । ତେବେ ପୋଲିସ ଘଟଣାର ତଦନ୍ତ କରୁଛି  ।

Leave a Reply