ଲଭ ଜିହାଦ ଅଧ୍ୟାଦେଶ: ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ ସରକାରକୁ ସୁପ୍ରିମକୋର୍ଟଙ୍କ ନୋଟିସ

CJI SA Bobde Recommends Justice NV Ramana as Successor

ସୁପ୍ରିମକୋର୍ଟ ଏବେ ଏହି ଅଧ୍ୟାଦେଶ ଗୁଡିକର ସାମ୍ବିଧାନିକ ବୈଧତାର ଜାଂଚ କରିବ । କେବଳ ଏଇଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ବୁଧବାର ଦିନ ଶୁଣାଣି କାଳରେ ସୋଲିସିଟର ଜେନରାଲ ସୁପ୍ରିମକୋର୍ଟକୁ କହିଥିଲେ ଯେ, ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେଉଛି । ଏହା ଉପରେ ଅଦାଲତ ପଚାରିଥିଲେ ଯେ,ହାଇକୋର୍ଟ ନଯାଇ ସିଧାସଳଖ ସୁପ୍ରିମକୋର୍ଟ ଆସିବାର କାରଣ କଣ ?

ଆବେଦନକର୍ତ୍ତା ହାଇକୋର୍ଟ ବଦଳରେ ସିଧା ସୁପ୍ରିମକୋର୍ଟରେ ଆବେଦନ କରିବା ଉପରେ ସର୍ବୋଚ୍ଚ ଅଦାଲତ ଆପତ୍ତି କରିଥିଲେ । ଆବେଦନକାରୀ ଅଧ୍ୟାଦେଶ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିବେଦନରେ କହିଥିଲେ । ତାଙ୍କର ଯୁକ୍ତି ଥିଲା ଯେ,ଏହି ଅଧ୍ୟାଦେଶ ବାହନାରେ ଅଲଗା ଧର୍ମରେ ବିବାହ କରୁଥିବା ଲୋକଙ୍କୁ ହଇରାଣ କରାଯାଉଛି । ସେମାନଙ୍କୁ ବାହାଘର ସମୟରେ ଉଠାଇ ନିଆଯାଉଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ସରକାର ଧର୍ମ ପରିବର୍ତ୍ତନ ସହିତ ଜଡିତ ଏକ ଅଧ୍ୟାଦେଶକୁ ମଂଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କରିବା,ଲୋଭ ଦେଖାଇ ବିବାହ କିମ୍ବା ବିବାହର ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ସଜ୍ଜା ଓ ଜରିମାନାର ପ୍ରାବଧାନ ରହିଛି ।

ଉତ୍ତରପ୍ରଦେଶ ପରେ ମଧ୍ୟପ୍ରଦେଶ ମଧ୍ୟ ଏହି ଭଳି ଅଧ୍ୟାଦେଶ ଲାଗୁ କରିଥିଲା । ମଧ୍ୟପ୍ରଦେଶରେ ଏହା ଅନ୍ତର୍ଗତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୧୦ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଅନ୍ୟ କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏଭଳି ଅଧ୍ୟାଦେଶ ଆସିବା କଥା ଶୁଣିବାକୁ ମିଳୁଛି । ତେବେ ଅଭିଯୋଗ ହେଉଛି ଯେ, ଏହି ଅଧ୍ୟାଦେଶ ମୁସଲିମ୍ ବିରୋଧୀ ।

Leave a Reply