କଂଗ୍ରେସ କ’ଣ ପାଇଁ ହାରୁଛି ? ଉତ୍ତର ଦେଲେ ସୁର ରାଉତାରୟଙ୍କ ପାଇଲଟ୍ ପୁଅ

ଭୁବନେଶ୍ୱର: ପାଇଲଟ ଧରିଲେ କଂଗ୍ରେସ ଦୁର୍ବଳତା । ଏ ରାଜସ୍ଥାନର ଯୁବ ନେତା ସଚିବ ପାଇଲଟ ନୁହନ୍ତି  । ରାଜ୍ୟ କଂଗ୍ରେସର ବରିଷ୍ଠ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ବାପାଙ୍କ ଉତ୍ତରାଧିକାରୀ ଭାବେ ଜଟଣୀରୁ ପ୍ରସ୍ତୁତ ହେଉଥିବା ମନ୍ମଥ ଏବେ କଂଗ୍ରେସର ଦୋଷ ଦୁର୍ବଳତାକୁ ଧରିଛନ୍ତି । କଂଗ୍ରେସ ଭବନରେ ବାପାଙ୍କ ସହ ମଳିତ ସାମ୍ବାଦିକ ସମ୍ମିନଳୀ ପରେ ମନ୍ମଥ କହିଛନ୍ତି ଯେ ଦଳ ଭୂଲ ନିଷ୍ପତି ଯୋଗୁଁ ଆଜି ଏପରି ସ୍ଥିତିରେ ଅଛି । ତେଣୁ ଜଟଣୀରୁ ସେ ନିଜର କ୍ଷେତ୍ର ପ୍ରସ୍ତୁତ କରି ରାଜ୍ୟ କଂଗ୍ରେସକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିବେ ବୋଲି କହିଛନ୍ତି ।

ସୁରଙ୍କ ଉତ୍ତରାଧିକାରୀ ଜଟଣୀରୁ କିଏ ହେବ ତାହା ଏଯାଏ  ସ୍ପଷ୍ଟ ହୋଇନାହିଁ  । ତେବେ ବିଭିନ୍ନ ସମୟରେ କଂଗ୍ରେସ ଭବନରେ ବିଧାୟକ ସୁର ରାଉତରାୟଙ୍କ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମନ୍ମଥ ଯେ ତାଙ୍କ ଉତ୍ତରାଧିକାରୀ ସେ ଇଶାରା ଦେଉଛନ୍ତି । ମନ୍ମଥ ମଧ୍ୟ ବାପାଙ୍କ ସ୍ଥାନ ନେବାକୁ ପୂରା ଦମରେ ପ୍ରସ୍ତୁତ ହୋଇଛନ୍ତି । ସେପଟେ କଂଗ୍ରେସର ଦୁର୍ବଳତାକୁ ନେଇ ପୁଅ ପ୍ରଶ୍ନ ଉଠାଇଥିବା ବେଳେ କିନ୍ତୁ ସୁର କହିଛନ୍ତି ୨୦୨୪ରେ ଦଳ ରାଜ୍ୟରେ ସରକାର ଗଠନ କରିବ ।

ନୂଆନୂଆ ପାଇଲଟିଂରୁ ରାଜନୀତିକୁ ଆସିଥିବା ସୁରଙ୍କ ବୈମାନିକ ସାନପୁଅ ଦଳର ଦୁର୍ବଳତା ଓ ଭୁଲ ଧରିବା ପରେ ପିସିସି ସଭାପତି ଓ ଅନ୍ୟ କଂଗ୍ରେସ ନେତା ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା ।

Leave a Reply