ରଣବୀର ସିଂଙ୍କ ନୂଆ ବିଜ୍ଞାପନ ଦେଖି କ୍ରୋଧିତ ହେଲେ ସୁଶାନ୍ତଙ୍କ ପ୍ରଶଂସକ ଆଉ କହିଲେ…

2 min read

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି ତାଙ୍କ ପ୍ରଶଂସକ । ଅଭିନେତାଙ୍କ ମୃତ୍ୟୁ ହେବାର ୫ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ତାଙ୍କ ମୃତ୍ୟୁର କାରଣ ରହସ୍ୟ ଭିତରେ ରହିଛି । ଏହି ସମୟରେ ରଣବୀର ସିଂଙ୍କ ନୂଆ ବିଜ୍ଞାପନକୁ ନେଇ ସୁଶାନ୍ତଙ୍କ ପ୍ରଶଂସକ ଖୁବ୍ କ୍ରୋଧିତ ହୋଇଛନ୍ତି । ରଣବୀର ସିଂଙ୍କ ଏହି ନୂଆ ବିଜ୍ଞାପନ ଦେଖିବା ପରେ ସୁଶାନ୍ତଙ୍କ ପ୍ରଶଂସକମାନେ ରଣବୀର ସିଂଙ୍କୁ ଟ୍ୱିଟରରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

ରଣବୀରଙ୍କ ବିଜ୍ଞାପନ ବିଙ୍ଗୋ ମ୍ୟାଡ୍ ଆଙ୍ଗଲେସ୍ ପାଇଁ ଥିଲା, ଯେଉଁଥି ପାଇଁ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ କରିଛନ୍ତି ଯେ ଏହି ବିଜ୍ଞାପନ ଦ୍ୱାରା ସୁଶାନ୍ତଙ୍କୁ ପରିହାସ କରାଯାଇଛି । ବିଜ୍ଞାପନରେ ରଣବୀର ସିଂ ତାଙ୍କ ସମ୍ପର୍କୀୟମାନଙ୍କ ସହ ନଜର ଆସିଛନ୍ତି। ଏବଂ ସେମାନେ ରଣବୀରଙ୍କୁ ତାଙ୍କ ଭବିଷ୍ୟତର କଣ ଯୋଜନା ରହିଛି ସେ ବିଷୟରେ ବାରମ୍ବାର ପ୍ରଶ୍ନ କରୁଛନ୍ତି ।

ଏଭଳି ପରିସ୍ଥିତିରେ ରଣବୀର ପ୍ରଥମେ ବିରକ୍ତ ହୋଇ ସେ ବିଙ୍ଗୋ ମ୍ୟାଡ ଆଙ୍ଗଲେସ୍ ଖାଉଛନ୍ତି ଏବଂ ଏହାପରେ ରଣବୀର ଅନେକ ବୈଜ୍ଞାନିକ ଶବ୍ଦ କହି ନିଜ ସମ୍ପର୍କୀୟଙ୍କୁ ଚୁପ୍ କରିଦେଉଛନ୍ତି । ଏହା ଉପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଅଭିଯୋଗ କରୁଛନ୍ତି ଯେ, ସୁଶାନ୍ତ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ କି ବିଜ୍ଞାନ ପ୍ରତି ବହୁତ ଆଗ୍ରହ ଦେଖାଉଥିଲେ । ସେ ଅତ୍ୟନ୍ତ ପ୍ରତିଭାବାନ ଥିଲେ, ଯାହା ତାଙ୍କୁ ଏହି ବିଜ୍ଞାପନରେ ପରିହାସ କରିବାକୁ ଚେଷ୍ଟା କରାଯାଇଛି ।

ରଣବୀର ସିଂଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ କରି ଜଣେ ବ୍ୟକ୍ତି ଲେଖିଛନ୍ତି – ଏହି ଶବ୍ଦଗୁଡିକ ବ୍ୟବହାର କରି ତୁମେ କ’ଣ କହିବାକୁ ଚାହୁଁଛ? ଆମ ସୁଶାନ୍ତଙ୍କୁ ପରିହାସ କରୁଛ କି ? ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି। ଏହା ସହିତ ରଣବୀର ସିଂଙ୍କୁ ବିଭିନ୍ନ ମିମ୍ସ ମାଧ୍ୟମରେ ଟ୍ରୋଲ କରାଯାଉଛି ଏବଂ ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ନୂଆ ବିଜ୍ଞାପନ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।

Leave a Reply