ଚୀନର ଅତ୍ୟନ୍ତ ନିକଟତର, ହେଲେ ଏହି ସ୍ଥାନରେ ହାର ମାନିଛି କରୋନା…

Corona Virus

ତାଇଓ୍ୱାନ୍‌: ବିଶ୍ୱର ଅନେକ ଦେଶରେ ଏବେ କରୋନା ମହାମାରୀର ଦ୍ୱିତୀୟ ଏବଂ ତୃତୀୟ ତରଙ୍ଗ ଆରମ୍ଭ ହୋଇସାରିଛି । ହେଲେ ଏମିତି ବି କିଛି ସ୍ଥାନ ରହିଛି ଯେଉଁଠି ଗତ ୬ ମାସରୁ ଅଧିକ ସମୟ ହେବ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଆଉ ତାହା ପୁଣି ଚୀନ୍‌ର ଅତି ନିକଟତର ସ୍ଥାନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଚୀନ୍‌ର ଅତି ନିକଟରେ ଥିବା ତାଇଓ୍ୱାନ୍‌ରେ କରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ କଣ୍ଟ୍ରୋଲରେ ରହିଛି । ଗତ ୬ ମାସ ଧରି ଏଠାରେ କୌଣସି ଗୋଟିଏ ବି ଘରୋଇ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ଭାରତ, ଆମେରିକା ଓ ୟୁରୋପ ଭଳି ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ତାଇଓ୍ୱାନ୍‌ରେ ଶେଷ ଘରୋଇ ମାମଲା ଗତ ଏପ୍ରିଲ୍‌ ୧୨ରେ ସାମ୍ନାକୁ ଆସିଥିଲା ।

Institute Of Life Science BBSR Warned About Second Wave Of Covid19

ତାଇୱାନର ଜନସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ । ଏଠାରେ ଏବେ ସୁଦ୍ଧା ମୋଟ୍‌ ୫୫୦ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଥିବା ବେଳେ ମାତ୍ର ୭ ଜଣଙ୍କର ମୃତ୍ୟୁ ଘଟିଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଆରମ୍ଭରୁ ସୀମା ବନ୍ଦ କରାଯିବା ସହ ଘରୋଇ ଯାତ୍ରା ଉପରେ ରୋକ ଲଗାଯାଇଥିଲା । ଯାହା ଫଳରେ କରୋନା ସଂକ୍ରମଣକୁ ରୋକାଯାଇପାରିଛି ।

ତାଇୱାନ କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ୱ ଦେବା ସହ ବିଭିନ୍ନ କୌଶଳ ଆପଣାଇ କ୍ୱାରେଣ୍ଟାଇନ୍‌ ସେଣ୍ଟରମାନ ପ୍ରତିଷ୍ଠା କରାଯାଇଥିଲା । କରୋନା ମୁକାବିଲା ପାଇଁ କଡ଼ାକଡ଼ି ସାମାଜିକ ଦୂରତା ନିୟମ ପାଳନ କରାଯିବା, ମାସ୍କ ବ୍ୟବହାର ବାଧ୍ୟତା ମୂଳକ ଥିଲା । ଖାଲି ସେତିକି ନୁହେଁ ଲୋକ ମଧ୍ୟ ଅଧିକ ସଚେତନ ରହିଥିଲେ । ଯାହାଫଳରେ ତାଇଓ୍ୱାନ୍‌ କରୋନା ମୁକାବିଲାରେ ବିଜୟ ହୋଇପାରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଇୱାନରେ ୩ ଲକ୍ଷ ୪୦ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନ କରାଯାଇଛି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗିବା କାରଣରୁ ଏକ ହଜାରରୁ ଅଧିକ ଲୋକଙ୍କୁ ଜରିମାନା ମଧ୍ୟ କରାଯାଇଛି ।

Leave a Reply