ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ କଡ଼ାକଡ଼ି: ୭ ଦିନଆ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ୫ ରାଜ୍ୟ ଉପରେ ନଜର । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ଡରୁ ଆସୁଥିବା ଲୋକଙ୍କ ଉପରେ ରହିବ କଡ଼ା ନଜର । କରୋନା ସଂକ୍ରମଣ ରୋକିବା ପାଇଁ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରେ କଟକଣା କଡ଼ିକଡ଼ି  କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ ଆସୁଥିବା ଯାତ୍ରୀ ୭ଦିନ ହୋମ୍ ଆଇସୋଲେସନ୍‌ରେ ରହିବେ ।

ଏହି ସମୟରେ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ  । ସବୁ ଜିଲ୍ଲାରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭୨ ଘଣ୍ଟା ପୂର୍ବରୁ ଥିବା କୋଭିଡ ନେଗେଟିଭ ରିପୋର୍ଟ ଗ୍ରହଣଯୋଗ୍ୟ ହେବ । ଏହାଛଡ଼ା କୋଭିଡ ଭ୍ୟାକ୍ସିନ ନେଇଥିବା ଶେଷ ସାର୍ଟିଫିକେଟ୍ ଦରକାର ପଡିବ । ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।

 

Leave a Reply