West Bengal Election: ‘ଯିଏ ଦଳ ଛାଡ଼ି ଯିବାକୁ ଚାହୁଛନ୍ତି ଯାଇପାରନ୍ତି’: ମମତା ବାନାର୍ଜୀ

1 min read

କୋଲକାତା: ଅପ୍ରେଲ- ମେ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ନିର୍ବାଚନ ଦିନକୁ ଦିନ ରୋମାଞ୍ଚକ ମୋଡ଼ ନେବାରେ ଲାଗିଛି । ଟିଏମସି ଏବଂ ବିଜେପି ମଧ୍ୟରେ ବାକ ଯୁଦ୍ଧ ଲାଗିରହିଛି । ଜଣେ ପରେ ଜଣେ ଟିଏମସି ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେବା ମମତାଙ୍କ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହେଉଛି । ଅନ୍ୟପଟେ ନେତାଙ୍କ ଦଳ ବଦଳିକୁ ନେଇ ମମତା ଖୁଲମଖୁଲା ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଯେଉଁ ମାନେ ଟିଏମସି ଛାଡ଼ି ଯିବାକୁ ଚାହୁଛନ୍ତି, ସେମାନେ ଅତିଶୀଘ୍ର ଛାଡ଼ି ଯାଇପାରନ୍ତି ।’

ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏଯାବତ ଟିଏମସିର ଅନେକ ବଡ଼ ବଡ଼ ନେତା ପାର୍ଟି ଛାଡ଼ି ବିଜେପିରେ ଶାମିଲ ହୋଇଛନ୍ତି । ଏହାକୁ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ତୃଣମୂଳ କଂଗ୍ରେସ ଛାଡ଼ି ଯିବାକୁ ଲାଇନ ଲଗାଇଛନ୍ତି, ସେମାନେ ଅତିଶୀଘ୍ର ଛାଡ଼ି ଯାଇପାରନ୍ତି ।’

ଏଥିପାଇଁ ପାର୍ଟି ଛାଡୁଛନ୍ତି ନେତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳିରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ପାର୍ଟି ଛାଡ଼ି ଯାଉଥିବା ରାଜନେତାଙ୍କୁ କହିଥିଲେ ଯେ, ‘ବଙ୍ଗାଲ ଏବଂ ଟିଏମସିକୁ ଆପଣମାନଙ୍କର କୌଣସି ଆବଶ୍ୟକତା ନାହିଁ । ଟିଏମସି ସେମିତିରେ ଏମାନଙ୍କୁ ଟିକେଟ ଦେଇନଥାନ୍ତା ତେଣୁ ଭୟରେ ସେମାନେ ଦଳ ଛାଡ଼ିଛନ୍ତି । ’

 

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ମୁଖରେ ବିଜେପିର କାର୍ଯ୍ୟକର୍ତ୍ତା ଜୟ ଶ୍ରୀ ରାମର ନାଆ ଲଗାଇଥିଲେ । ଏହି ଘଟଣା ପରେ ରାଜନୀତି ମାହୋଲ ସରଗରମ ରହିଛି । ମମତା ମଞ୍ଚରେ ହିଁ ଏହାକୁ ଅପମାନ ବୋଲି କହି ସମ୍ବୋଧନ କରିବା ପାଇଁ ମନା କରିଦେଇଥିଲେ ।  

Leave a Reply