NHAIର କାର୍ଯ୍ୟ ବିଳମ୍ବ ଉପରେ ଗଡ଼କରୀଙ୍କ ଅସନ୍ତୋଷ, କହିଲେ ବିଦା ହେବେ ଅନଫିଟ୍ ଅଫିସର

1 min read
Time To Show Exit Door From NHAI Minister Nitin Gadkari Blast Official

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାମର ଧିମାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଡ଼କରୀ କହିଛନ୍ତି- ନନ ପରଫର୍ମିଙ୍ଗ ଆସେଟ୍ସକୁ ବାହାର ରାସ୍ତା ଦେଖାଇବାର ସମୟ । କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ଦ୍ୱାରକା ଏନଏଚଆଇ ଭବନ ଉଦଘାଟନ ସଭାକୁ ସମ୍ବୋଧିତ କରୁଥିଲେ । ସେହି ସମୟରେ ସେ ବେଶ୍ ଅସନ୍ତୁଷ୍ଟ ଦେଖା ଯାଇଥିଲେ । NHAI ଭବନ ନିର୍ମାଣ ସରିବାକୁ ୯ ବର୍ଷ ଲାଗିଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଗଡ଼କରୀ କହିଛନ୍ତି- NHAI ଅଣକୁଶଳୀ ଅଧିକାରୀଙ୍କ ସ୍ଥାନ ହୋଇଯାଇଛି । ଯିଏ ବାଧା ସୃଷ୍ଟି କରୁଛି ଓ ପ୍ରତ୍ୟେକ ମାମଲାରେ କମିଟିକୁ ରେଫର କରୁଛି । ସେମାନଙ୍କୁ ନିଲମ୍ବନ ଓ ତାଙ୍କର ଚାକିରିକୁ ଶେଷ କରିବାର ସମୟ ଆସିଛି । ଏହାଦ୍ୱାରା ଏନଏଚ୍ଆଇର କାର୍ଯ୍ୟଶୈଳୀରେ ସୁଧାର ଆସିପାରିବ ।

କାର୍ଯ୍ୟକ୍ରମରେ ନୀତିନ ଗଡ଼କରୀ କହିଛନ୍ତି- ଅଧିକାରୀ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ସହିତ ଜଟିଳତା ସୃଷ୍ଟି କରୁଛନ୍ତି । ସିଜିଏମ୍ ଓ ଜିଏନ୍ ବର୍ଷ ବର୍ଷ ଧରି ବସିଛନ୍ତି । ପ୍ରକଳ୍ପକୁ ସାରିବାରେ ବିଳମ୍ବ ଯୋଗୁଁ ଏନ୍ଏଚ୍ଆଇର ଅଧ୍ୟକ୍ଷଙ୍କ ଫଟୋକୁ କାନ୍ଥରେ NHAI ଭବନ କାନ୍ଥରେ ଟାଙ୍ଗିଦେବା ଦରକାର । ଭବନ ନିର୍ମାଣ ପରିକଳ୍ପନା ୨୦୦୮ରେ ହୋଇଥିଲା । ୨୦୧୧ରେ ଟେଣ୍ଡର କରାଯାଇଥିଲା । ଭବନ ନିର୍ମାଣ ପାଇଁ ପ୍ରାୟ ୯ ବର୍ଷ ଲାଗିଗଲା । ଏହି ସମୟ ମଧ୍ୟୟରେ ୭ ଜଣ ଅଧ୍ୟକ୍ଷ ଓ ଦୁଇଟି ସରକାର ଗଠନ ହେଲା । ଆଉ ଅଷ୍ଟମ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳରେ ନିର୍ମାଣ ସରିଲା ।

Leave a Reply