ଆଦିବାସୀ ନୃତ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ୪ ମୃତ, ୩୦ରୁ ଅଧିକ ଆହତ

Tractor Over Turned In Murunia Of Baripada, 4 Killed

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରାକ୍ଟରଟି ୧୦ ଫୁଟ୍ ତଳକୁ ଖସି ପଡ଼ିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତଙ୍କୁ ଉଦ୍ଧାର କରିଛନ୍ତି ।

Tractor Over Turned In Murunia Of Baripada, 4 Killed  

ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବାରପିଦା ପିଆରଏମ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଟ୍ରାକ୍ଟରରେ ପାଖାପାଖି ୩୫ ଜଣ ଥିଲେ । ଡମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ କରି ଘରକୁ ଫେରିବା ବେଳେ ମୁରୁଣିଆ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ବିଲକୁ ଖସି ପଡ଼ିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ପୁରୁଷ, ଜଣେ ଦେଢ଼ ବର୍ଷର ନାବାଳିକା ଥିବା ସୂଚନା ମିଳିଛି ।

Leave a Reply