ଟ୍ରାଫିକ୍‌ ପୋଲିସଙ୍କ ମାନବିକତା, ଗାଡ଼ି ଅଟକାଇ ରାସ୍ତାରୁ ଗୋଟାଇଲେ ଟମାଟୋ

Tamato

ଭୁବନେଶ୍ୱର: ପୁଣି ଟ୍ରାଫିକ୍‌ ପୋଲିସ ଦେଖାଇଲେ ମାନବିକତା । ଟ୍ରାଫିକ୍‌ରେ ଗାଡ଼ି ଅଟକାଇ ଗୋଟାଇଲେ ଟମାଟୋ । ରାଜଧାନୀରେ ଜଣେ ଟମାଟୋ ବ୍ୟବସୟୀ ଏକ ଅଟୋରେ ଟମାଟୋ ବୋଝେଇ କରି ନେଉଥିବା ବେଳେ ତାହା ଗାଡ଼ିରୁ ଖସି ତଳେ ପଡ଼ିଯାଇଥିଲା । ଆଉ ସବୁ ଟମାଟୋ ରାସ୍ତାରେ ବିଞ୍ଛି ହୋଇଯାଇଥିଲା । ଏହି ସମୟରେ କାଳେ ଅନ୍ୟ ଗାଡ଼ି ଟମାଟୋ ଗୁଡ଼ିକୁ ମାଡ଼ି ଚାଲିଯିବ, ତେଣୁ ତୁରନ୍ତ ସେହି ଟ୍ରାଫିକ୍‌ ପୋଷ୍ଟରେ ଥିବା କର୍ମଚାରୀମାନେ ଚାରିପଟୁ ଗାଡ଼ିଗୁଡ଼ିକୁ ଅଟକାଇ ଦେଇଥିଲେ ।

TRAFFIC POLICE3

ପରେ ସେମାନେ ନିଜେ ୟୁନିଫର୍ମରେ ଥାଇ ମଧ୍ୟ ରାସ୍ତା ମଝିରୁ ଟମାଟୋ ଗୋଟାଇବାକୁ ଲାଗିଥିଲେ । ଜଣେ ନୁହେଁ ଏକା ଥରେ ଦୁଇ ଜଣ ଟ୍ରାଫିକ୍‌ ପୋଲିସ ରାସ୍ତା ଉପରୁ ଗୋଟି ଗୋଟି କରି ଟମୋଟୋ ଗୋଟାଇଲେ । ଆଉ ସବୁ ଟମାଟୋ ନେଇ ଟ୍ରେ’ରେ ରଖିଥିଲେ । କିଛି ସ୍ଥାନୀୟ ଲୋକେ ମଧ୍ୟ ଟମାଟୋ ବ୍ୟବସାୟୀଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ।

TRAFFIC POLICE3

ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଏୟାରପୋର୍ଟ ଟ୍ରାଫିକ୍‌ ପୋଷ୍ଟରେ । ହସ୍ପିଟାଲ ଛକରୁ ଏୟାରପେର୍ଟ ଛକ ଦେଇ ଏକ ଟମାଟୋ ବୋଝେଇ ଅଟୋ ଯାଉଥିଲା । ଏହି ସମୟରେ ହଠାତ୍‌ ସେଥିରୁ‌ ଟମାଟୋ ଟ୍ରେ ସବୁ ଖସିପଡିଥିଲା । ଏହା ଦେଖି ଟ୍ରାଫିକ୍‌ ପୋଲିସ ତୁରନ୍ତ ସବୁ ଦିଗରୁ ଗାଡ଼ିଗୁଡ଼ିକୁ ଅଟକାଇଥିଲେ । ଟ୍ରାଫିକ ପୋଷ୍ଟରେ କିଛି ସମୟ ଗାଡିମଟର ସବୁ ଅଟକି ରହିଥିଲା । ଟ୍ରାଫିକ୍‌ କର୍ମଚାରୀଙ୍କ ମାନବିକତା ପାଇଁ ବ୍ୟବସାୟୀ ଜଣକ ସବୁ ଟମାଟୋ ସୁରକ୍ଷିତ ଫେରିପାଇଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ପ୍ରଶଂସା କରିଥିବା ବେଳେ କେହି ଏହାକୁ ମାନବିକତାର ଜୀବନ୍ତ ଉଦାହରଣ ବୋଲି କହିଛନ୍ତି ।

Leave a Reply