ଆମେରିକା କଂଗ୍ରେସ ମାରିଲା ମୋହର, ୨୦ରେ ଦାୟିତ୍ୱ ନେବେ ବାଇଡେନ୍‌; ହାର ମାନିଲେ ଟ୍ରମ୍ପ

Trump

ୱାଶିଂଟନ୍: ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳର ସମାପ୍ତ ହୋଇଛି । ନିର୍ବାଚନ ଫଳାଫଳ ସହିତ ସେ ସଂପୂର୍ଣ୍ଣ ସହମତ ନୁହନ୍ତି, କିନ୍ତୁ କିନ୍ତୁ ଜାନୁଆରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

ସିଏନ୍ଏନ୍ ଅନୁଯାୟୀ, ଟ୍ରମ୍ପଙ୍କ କହିଥିଲେ ଯେ, ସେ ସର୍ବଦା ଆଇନଗତ ଭୋଟ୍ ପାଇଁ ଲଢ଼େଇ ଜାରି ରଖିବେ ଏବଂ ନିର୍ବାଚନରେ ​ ନିଜର ପାରଦର୍ଶିତା ଦେଖାଇବେ । ଏହା ତାଙ୍କର ପ୍ରଥମ ଏବଂ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ । ଆମେରିକାକୁ ମହାନ ଦେଶ ଭାବେ ଗଢ଼ି ତୋଳିବା ପାଇଁ ଏହି ଲଢ଼େଇ ଆରମ୍ଭ ମାତ୍ର ।

ଅନ୍ୟପଟେ ଭୋଟ ଗଣିତିରେ ଅନିୟମିତତା କଥା ମଧ୍ୟ ପୁଣି ଉଠାଇଥିଲେ ଟ୍ରମ୍ପ । ଏହାପୂର୍ବରୁ ଟ୍ରମ୍ପ ସମର୍ଥକମାନେ କ୍ୟାପିଟାଲ ହିଲ ବିଲଡିଂରେ ପ୍ରବେଶ କରି ହିଂସାତ୍ମକ ଉଦ୍ୟମ କରିଥିଲେ, ଯେଉଁଥିରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଛି ।

ବାଇଡେନଙ୍କ ବିଜୟ ନେଇ ବାଜିଲା ସାମ୍ବିଧାନିକ ମୋହର

ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିଛି । କଂଗ୍ରେସ ଇଲେକ୍ଟ୍ରୋରାଲ କାଉଣ୍ଟିଂରେ ବାଇଡେନ୍‌ଙ୍କୁ ବିଜୟ ଘୋଷଣା କରିଛି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ବିଜେତା ଘୋଷିତ କରାଯାଇଛି ।

Leave a Reply