ଜର୍ଜିଆରେ ପୁଣି ଗଣତି, ବାଇଡେନ୍‌ କହିଲେ ୩୦୦ ଭୋଟରେ ଜିତିବି ! ଟ୍ରମ୍ପ ଦେଲେ ଜବାବ…

1 min read

ଓ୍ୱାସିଂଟନ୍‌: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ? ଏହା ଉପରେ ସାରା ବିଶ୍ୱର ଫୋକସ୍‌ । ୩ ତାରିଖରେ ନିର୍ବାଚନ ହୋଇଥିଲେ ମଧ୍ୟ ଏଯାଏଁ ଫଳାଫଳ ଆସିପାରି ନାହିଁ । ତେବେ ଏବେ ସୁଦ୍ଧା ଭୋଟ ଗଣତିରେ ବାଇଡେନ୍‌ ଆଗରେ ରହିଛନ୍ତି । ବାଇଡେନ୍‌ ମ୍ୟାଜିକ୍‌ ନମ୍ବରଠାରୁ ମାତ୍ର ୬ଟି ସଂଖ୍ୟା ପଛରେ ରହିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଆରମ୍ଭରୁ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏବେ ସୁଦ୍ଧା ବାଇଡେନ୍‌ଙ୍କ ଖାତାରେ ୨୬୪ ଇଲେକ୍ଟୋରାଲସ ଭୋଟ ରହିଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଇଲେକ୍ଟୋରାଲ୍‌ସ ଭୋଟ ରହିଛି ।

Joe Biden

ଗଣତି ସମୟରେ ବାଇଡେନ୍‌ ଆଗରେ ଥିବାରୁ ଟ୍ରମ୍ପ ନିର୍ବାଚନରେ ଅନୀୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି । କୋର୍ଟଙ୍କ ଦ୍ୱାରସ୍ତ ହେବା ପରେ ଭୋଟ ଗଣତିରେ ବିଳମ୍ବ ହୋଇଛି । ତେବେ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଜର୍ଜିଆ ଓ ପେନସିଲବେନିଆରେ ଭୋଟରେ ଅନୀୟମିତତା ହୋଇଛି ।

joe biden-trump

ସେଠାରେ ଆରମ୍ଭରୁ ଟ୍ରମ୍ପ ଆଗରେ ରହିଥିବା ବେଳେ ପରେ ବାଇଡେନ୍‌ଙ୍କ ଭୋଟ ସଂଖ୍ୟା ପରେ ବଢ଼ିଯାଇଛି । ତେଣୁ ବାଇଡେନଙ୍କ ବିଜୟ ସମ୍ଭାବନା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ତାହାର ନିଷ୍ପତ୍ତି ନେବ ୪ଟି ରାଜ୍ୟର ଫଳାଫଳ  । ସେହି ୪ ରାଜ୍ୟ ହେଲା ପେନସିଲବାନିଆ, ଜର୍ଜିଆ, ନେବାଦା ଓ ଏରିଜୋନା । ନର୍ଥ-କେରୋଲିନାରେ ବାଇଡେନଙ୍କଠାରୁ ଆଗରେ ରହିଛନ୍ତି ଟ୍ରମ୍ପ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିବା ଜଣାପଡିଛି । ଜର୍ଜିଆରେ ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ କମ୍‌ ରହିଥିବାରୁ ସେଠାରୁ ପୁଣି ଭୋଟ ଗଣତି ଆରମ୍ଭ ହୋଇଛି ।

ଜର୍ଜିଆରେ ବାଇଡେନ ଅଳ୍ପ ଭୋଟ ବ୍ୟବଧାନରେ ଟ୍ରମ୍ପଙ୍କ ଠାରୁ ଆଗୁଆ ରହିଛନ୍ତି । ତେଣୁ ନିରପେକ୍ଷ ଭାବେ ପୁଣି ଥର ଭୋଟ ଗଣତି କରାଯିବ ବୋଲି କହିଛନ୍ତି ଜର୍ଜିଆର ସଚିବ ପର୍ଗର । ଜର୍ଜିଆକୁ ରିପବ୍ଲିକାନ ପାର୍ଟିର ଗଡ଼ ବୋଲି କୁହାଯାଉଥିବାରୁ ପୁଣି ଥରେ ଭୋଟ ଗଣତି ହେଲେ ଟ୍ରମ୍ପ ଆଗୁଆ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ତେବେ ରିପବ୍ଲିକାନ ପାର୍ଟିର ଗଡ଼ ଜର୍ଜିଆରେ ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ବାଇଡେନ ଆଗୁଆ ରହିଥିବାରୁ ଆଗାମୀ ରାଷ୍ଟ୍ରପତି ବାଇଡେନ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ ଏକ ବଡ଼ ଦାବି କରିଛନ୍ତି । ୩୦୦ ଇଲେକ୍ଟୋରାଲ ଭୋଟ୍‌ ପାଇଁ ତାଙ୍କ ଦଳ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବାଇଡେନ୍‌ଙ୍କ ଏଭଳି ଦାବି ପରେ କଡ଼ା ଚେତାବନୀ ଦେଇଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ । ଫଳାଫଳ ନଆସୁଣୁ ଜବରଦସ୍ତ ଦାବି କରନ୍ତୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଏହା ସହ ଫଳାଫଳକୁ ଅପେକ୍ଷା କରିବାକୁ ଟ୍ରମ୍ପ କହିଛନ୍ତି। କରଣ ଆଇନଗତ ପ୍ରକ୍ରିୟା ଏବେ ହିଁ ଆରମ୍ଭ ହୋଇଛି ।

Leave a Reply