ପୁଣି ଶବକୁ ଅସମ୍ମାନ: ଡେଲାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଃଖଦ ଚିତ୍ର

1 min read

ପୁଣି ଶବକୁ ଅସମ୍ମାନ । କାନ୍ଧ କି ସାଇକେଲ ନୁହେଁ ବାଇକରେ ବୁହାହେଲା ଶବ । ବାଇକରେ ଶବ ବୋହିଛନ୍ତି ପରିବାର ଲୋକ । ପ୍ରାୟ ତିନି କିଲୋମିଟରରୁ ଅଧିକ ବାଟ ଗାଡିରେ ବୋହି ନେଇଛନ୍ତି ପରିବାରଲୋକ I ମେଡିକାଲରେ ୧୦୮ କି ମହାପ୍ରୟାଣ ଗାଡି ନ ମିଳିବାରୁ ବାଧ୍ୟ ହୋଇ ମୃତଦେହକୁ ଗାଡିରେ ବୋହି ନେଇଥିବା କହିଛନ୍ତି ପରିବାର ଲୋକେ I ମୃତ ଜଣଙ୍କ ହେଉଛନ୍ତି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଉଦୟପୁର ଗାଁର ଅକୁର ଜେନା  । ଘଟଣାଟି ହେଉଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଉଦୟପୁର ଗାଁର । ଅକୁର ଜେନା ବାରଣ୍ଡାରେ ବସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଅକୁର I ପରିବାର ଲୋକ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ')}

Leave a Reply