‘କୃଷକଙ୍କ ପାଇଁ ଗାତ ଖୋଲିଥିଲା କଂଗ୍ରେସ, ହିତରେ ଏନଡିଏ’

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଜାରି ରହିଛି ଚର୍ଚ୍ଚା । ସେପଟେ ଆଲୋଚନା ସମୟରେ କୃଷି ଆଇନକୁ ନେଇ ମଧ୍ୟ ରାଜ୍ୟସଭାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ନିଜର ପ୍ରତିକ୍ରିୟାରେ କେନ୍ଦ୍ର ସରକାରର ଅନେକ ସଫଳ ଯୋଜନା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । କଂଗ୍ରେସ ସରକାର ଚାଷୀଙ୍କ ପାଇଁ ଗାତ ଖୋଳିଚାଲିଥିଲା । ଏନଡିଏ ସରକାର ଚାଷୀଙ୍କ ଉନ୍ନତି ଏବଂ ପ୍ରଗତି ପାଇଁ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ତୋମାର ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆଜି ଭାରତ କରୋନାକୁ ସଠିକ ଭାବେ ମୁକାବିଲା କରିଛି । କେନ୍ଦ୍ର ସରକାର ପ୍ରଥମରୁ କରୋନାକୁ ଗମ୍ଭୀରତାର ସହ ନେଇଛି । ଏବଂ ଏଦିଗରେ ଅଦ୍ଭୁତପୂର୍ଣ୍ଣ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି । ମୋଦି ସରକାର ଗାଁ, ଗରିବୀ ଏଂବଂ କୃଷକଙ୍କ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।

ସେପଟେ ୭୦ ଦିନରେ ଚାଷୀଙ୍କ ଆନ୍ଦୋଳନ ପହଁଚିଥିବା ବେଳେ କେନ୍ଦ୍ର ସରକାର କୃଷକଙ୍କ ଦାବିକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ ମଲିକାର୍ଜୁନ ଗଡଗେ । ଗୃହରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ କବିତା ଗାନ କରି କେନ୍ଦ୍ରର ମୋଦି ସରକାରକୁ ଟାର୍ଗେଟ କରିଥିଲେ । ଏହାର ଜବାବ ଦେଇ କୃଷିମନ୍ତ୍ରୀ କହିଥିଲେ ମୋଦି ସରକାର ସର୍ବାଦା ଚାଷୀଙ୍କ ହିତରେ । ଚାଷୀଙ୍କ ପ୍ରଗତି ପାଇଁ ପ୍ରତିବଦ୍ଧ ।

Leave a Reply