କରୋନା କମିଛି, ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରଛାତ୍ରୀ ଦ୍ଵନ୍ଦ୍ୱରେ ରୁହନ୍ତୁ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ବିଳମ୍ବରେ ପରୀକ୍ଷା ହେଲା ସତ, କିନ୍ତୁ ଅକ୍ଟୋବର ୩୧ରେ ୟୁଜି ଓ ପିଜି ପରୀକ୍ଷାଫଳ ପ୍ରକାଶ ପାଇଥିଲା । ନୂଆଶ୍ରେଣୀ ପାଇଁ ଏଣ୍ଟ୍ରାନ୍‌ସ ବି ହୋଇଛି ଏବଂ ଯୁକ୍ତ ୩ ପ୍ରଥମ ବର୍ଷର ନାମଲେଖା ପ୍ରାୟ ସରିଲାଣି । ଆଗାମୀ ଦିନରେ ପିଜି ନାମଲେଖା ହେବାକୁ ଯାଉଛି । ତେଣୁ ଆଗକୁ ମଧ୍ୟ ପରୀକ୍ଷା ହେବ । ପରୀକ୍ଷା ହେବକି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଛାତ୍ରଛାତ୍ରୀ ରୁହନ୍ତୁ ନାହିଁ ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଘରେ ଖାଲିରେ ନବସି ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସମୟ ନଷ୍ଟ କରନ୍ତୁ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।

Leave a Reply