ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ, ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର

ବଲାଙ୍ଗିର/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ । ବଲାଙ୍ଗିର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଯୋଗାଣ କାର୍ଯ୍ୟଳୟର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଚଢ଼ାଉ କରିଛି । ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରାଯାଉଛି । ବଲାଙ୍ଗିର ଠିକାଦାରପଡ଼ା ବାସଭବନ, ବରଗଡ଼ କାର୍ଯ୍ୟାଳୟ, ସୋନପୁରରେ ଥିବା ଏକ ଘର ଉପରେ ଚଢ଼ାଉ ଜାରି ରହିଛି । କମ୍ଭୁପାଣି ମିଶ୍ର ବର୍ତ୍ତମାନ ବରଗଡ଼ରେ ଅଛନ୍ତି ।

Vigilance Raid In Bolangir And Bhubaneswar

ଅନ୍ୟପଟେ ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର । ଭୁବନେଶ୍ୱର ସ୍ଥିତ ଘାଟିକିଆ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ଜାଗାରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଛାନଭିନ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତାଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡ଼ିଛି । ତେବେ ମୋଟ୍ କେତେ ଟଙ୍କା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave a Reply