ଭିସୁଟରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷା ବାତିଲ୍

VSSUT Cancelled All Scheduled Offline Exams After Shutdown For Corona Infection 

ସମ୍ବଲପୁର: ବୁର୍ଲା ଭିସୁଟ୍ ସଟଡାଉନ୍ ହେବା ପରେ ହେବାକୁ ଥିବା ସମସ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ୍ କରି ଦିଆଯାଇଛି । ଆସନ୍ତାକାଲି ଠାରୁ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଅଫଲାଇନ ପରୀକ୍ଷା ହେବାର ଥିଲା । ବିଶ୍ୱବିଦ୍ୟାଳୟର ୨୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ସତର୍କ ପଦକ୍ଷେପ ନେଇଥିଲା । ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯିବା ସହ କଣ୍ଟେଣ୍ଟମେଣ୍ଟ ଯୋନ ଓ ବଫର ଯୋନ ଘୋଷଣା କରାଯାଇଥିଲା ।

ଭିସୁଟ୍ ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି । ଭିସୁଟର ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେହିପରି ପୁଲହ ହଷ୍ଟେଲକୁ ବଫର ଯୋନ ଭାବେ ଘୋଷଣା କରିଛି ପ୍ରଶାସନଷ  ।

ଏହି ଅଞ୍ଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ କ୍ୟାମ୍ପସରେ ସଟଡାଉନ ଲାଗୁ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply