ପତ୍ନୀ ଟିଏମସିରେ ସାମିଲ ହେଲେ,ତଲାକ ଦେବାକୁ ବିଜେପି ସାଂସଦଙ୍କ ତୟାରି

କୋଲକୋତା: ପଶ୍ଚିମବଙ୍ଗରେ ଶାହ ଓ ମମତା ଖେଳ ଚାଲିଛି । ବିଜେପି ତୃଣମୁଳ କଂଗ୍ରେସର ଅସନ୍ତୁଷ୍ଠଙ୍କ ଉପରେ ନଜର ରଖିଛି । ଅସନ୍ତୁଷ୍ଠଙ୍କୁ ନିଜ ପଟକୁ ଆଣି ମମତାଙ୍କୁ ଚ୍ୟାଲେଂଜ୍ କରିବା ବିଜେପିର ଲକ୍ଷ୍ୟ । ତୃଣମୁଳରୁ ବିଜେପିକୁ ନେତାଙ୍କ ଡିଆଁ ପର୍ବ ଭିତରେ ଜଣେ ବିଜେପି ସାଂସଦଙ୍କ ପତ୍ନୀ ଟିଏମସିରେ ସାମିଲ ହୋଇଛନ୍ତି । ଆଉ ଏହି ସାଂସଦଙ୍କ ନମ ହେଉଛି ସୌମିତ୍ର ଖାନ୍ । ତେବେ ପତ୍ନୀଙ୍କ ଏମିତି ଦଳତ୍ୟାଗକୁ ପସନ୍ଦ କରିନାହାନ୍ତି ସୌମିତ୍ର । ତେଣୁ ସୌମିତ୍ର ପତ୍ନୀ ସୁଜାତା ମଣ୍ଡଳଙ୍କୁ ତଲାକ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସୁଜାତାଙ୍କ ଅଭିଯୋଗ ହେଉଛି ବିଜେପି ଦାଗୀ ନେତାଙ୍କୁ ସ୍ୱାଗତ କରୁଛି । ବିଜେପିରେ ଆମ ଭଳି ଲୋକଙ୍କ ସମ୍ମାନ ନାହିଁ । ଶୁଭେନ୍ଦୁ ଅଧିକାରୀଙ୍କୁ ଦଳରେ ନେବାକୁ ପ୍ରଶ୍ନ କରିଛନ୍ତି ସୁଜାତା । ସେ ପଚାରିଛନ୍ତି ଯେ, କେଉଁ ସାବୁନରେ ବିଜେପି ଦାଗୀଙ୍କୁ ଶୁଦ୍ଧ କରୁଛି ? ସୁଜାତା ଦଳ ଛାଡିବାକୁ ସହଜରେ ନେଇ ନାହାନ୍ତି ସୌମିତ୍ର । ସୌମିତ୍ର କହିଛନ୍ତି ଯେ, ଦଳରେ ସମସ୍ତଙ୍କୁ ସମ୍ମାନ ମିଳୁଛି । ସାଂସଦ ପତ୍ନୀ ଭାବେ ତାଙ୍କୁ ମଧ୍ୟ ସମ୍ମାନ ମିଳୁଥିଲା । ସୂଚନାଯୋଗ୍ୟ ଯେ, ଉଭୟ ପତି ପତ୍ନୀଙ୍କ ମଧ୍ୟରେ ସଂପର୍କରେ ଭଟା ପଡିଥିବା ନେଇ କିଛି ଦିନ ହେବ ଆଲୋଚନା ଚାଲିଥିଲା ।

ଗତ ଲୋକସଭା ନିର୍ବାଚନ କାଳରେ ସୌମିତ୍ରଙ୍କ ବିଜୟରେ ସୁଜାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ପ୍ରଚାର ପାଇଁ ସୌମିତ୍ର ଜିତିଥିଲେ ବୋଲି କୁହାଯାଉଛି । ସବୁଠାରୁ ବଡ କଥା ହେଲା ନିର୍ବାଚନ ବେଳେ ଟିଏମସି ବାଙ୍କୁରା ମଧ୍ୟକୁ ସୁଜାତାଙ୍କୁ ପ୍ରବେଶ କରାଇ ଦେଇନଥିଲା । ତେଣୁ ଏଭଳି ସ୍ଥିତିରେ ପତି ବିଜେପି ଏବଂ ପତ୍ନୀ ଟିଏମସି ହେବା ଭଳି ଘଟଣା ରାଜ୍ୟରେ ଚର୍ଚ୍ଚା ପାଲଟଛି । ସବୁଠୁ ବଡ କଥା ହେଉଛି, ପତ୍ନୀଙ୍କ ଏଭଳି ନିଷ୍ପତିରେ ପତି ଛାଡପତ୍ର ଦେବାକୁ ତୟାର ଆରମ୍ଭ କରିଦେଇଛନ୍ତି ।

Leave a Reply