କୋଭିଡ୍ ଟିକାକରଣ ନେଇ ଭାରତକୁ WHOର ପ୍ରଶଂସା

1 min read
WHO Praises Indias Effort Against Covid-19

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଡବ୍ଲୁଏଚର ଭାରତ ପ୍ରତିନିଧି ଡକ୍ଟର ରଡେରିକୋ ଅଫରିନ୍ କହିଛନ୍ତି- ଭାରତ ଟିକାକରଣ କାର୍ଯ୍ୟକ୍ରମ ପୂରା ସମର୍ପଣ ଓ ତାକତ ସହ କରୁଛି । ଭାରତରେ ଟିକାକରଣ ବେଶ୍ ସଫଳ ହୋଇଥିବା ସେ କହିଛନ୍ତି । ପ୍ରାୟ ୨୨ ଦିନ ମଧ୍ୟରେ କୋଭିଡ୍ ଟିକା ୬୦ ଲୋକଙ୍କୁ ଦିଆଯାଇଛି । ଭ୍ୟାକ୍ସିନର ଗତି ଦେଖିଲେ ଏହା ସବୁଠୁ ଆଗରେ ବୋଲି ଆମେ କହିପାରିବା ।

ସେ ଆହୁରି କହିଛନ୍ତି- ପ୍ରାୟ ତିନି ମାସ ହେଲା ଭାରତରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଯଦି ବଡ଼ ଜନସଂଖ୍ୟା ଦୃଷ୍ଟିରୁ ଦେଖିବା ତ ଏହା ଭାରତ ସରକାରଙ୍କ ଲାଗି ବହୁତ ଗର୍ବର ବିଷୟ ।

ଗୌରବର କଥା ହେଉଛି କରୋନା ମହାମାରୀ ବେଳେ ଭାରତ କେବଳ ନିଜ ଦେଶବାସୀଙ୍କୁ ଟିକାକରଣରେ ସାମିଲ୍ କରିନାହିଁ ବରଂ ଅନ୍ୟ ଦେଶକୁ ସହାୟତା ଯୋଗାଉଛି । ଭାରତ ଫେବ୍ରୁଆରୀ ମାସରେ ବାଣିଜ୍ୟ ଭିତ୍ତିରେ ୨୫ଟି ଦେଶକୁ ୨.୪ କୋଟି ଭ୍ୟାକ୍ସିନ୍ ଡୋଜ୍ ପଠାଇବା ଲାଗି ମଞ୍ଜୁରୀ ଦେଇଛି । ଜାନୁଆରୀରେ ଭାରତ ୧.୦୫ କୋଟି ଭ୍ୟାକ୍ସିନ୍ ଅନ୍ୟ ଦେଶକୁ ରପ୍ତାନୀ କରିଥିଲା ।

WHO Praises Indias Effort Against Covid-19

ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା ଭ୍ୟାକ୍ସିନର ୧.୬୭ କୋଟି ଡୋଜ୍ ୨୦ଗୋଟି ଦେଶକୁ ଦିଆଯାଇଛି । ଏଥିରୁ ଭାରତ ପ୍ରାୟ ୬୩ ଲକ୍ଷ ଡୋଜ୍ ୧୩ ଗୋଟି ଦେଶକୁ ମାଗଣାରେ ଦିଆଯାଇଛି ।

Leave a Reply