ରାଜ୍ୟରେ ଶୀତ ପ୍ରବାହ, ଆଗାମୀ ୫ ଦିନରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି। ଏହା ସହ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ୫ ଦିନ ମଧ୍ୟରେ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାତିର ତାପମାତ୍ରା ଆଗାମୀ ୩ରୁ ୪ ଦିନ ଅପରିବର୍ତ୍ତିତ ରହିବ । ପରେ ରାତିର ତାପମାତ୍ରା ୪ ରୁ ୫ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେହିପରି କନ୍ଧମାଳରେ କମୁଛି ତାପମାତ୍ରା ବଢୁଛି ଶୀତ । ସକାଳୁ ସକାଳୁ ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ତେବେ ଶୀତୁଆ ସକାଳର ମଜା ନେଉଛନ୍ତି ଜନସାଧାରଣ । କାକର ଭିଜା ଶୀତୁଆ ସକାଳକୁ ଉପଭୋଗ କରିବା ସହ ପ୍ରାତଃ ଭ୍ରମଣ କରୁଛନ୍ତି ଲୋକେ ।

Leave a Reply