ଜ୍ୟୋତିଷ ଚକ୍କରରେ ରତନ ଟାଟାଙ୍କ ଚାଲଣ କଟାଇଲେ ମହିଳା

1 min read

ମୁମ୍ବାଇ: ଜ୍ୟୋତିଶଙ୍କ ଚକ୍କରରେ ପଡି ଲୋକ କ’ଣ କରିପାରନ୍ତି ତା’ର ଇଏ ହେଉଛି ଆଉ ଗୋଟିଏ କାହାଣୀ । ମୁମ୍ବାଇର ଜଣେ ଉଚ୍ଚ ଶିକ୍ଷିତ ଓ ଧନି ମହିଳାଙ୍କ ଅନ୍ଧବିଶ୍ୱାସ ଟାଟା ଗ୍ରୁପ୍ ମୁଖିଆ ରତନ ଟାଟାଙ୍କୁ ମହଙ୍ଗା ପଡିଛି । ଏହି ମହିଳାଙ୍କ ପାଇଁ ମୁମ୍ବାଇ ପୋଲିସ ମଧ୍ୟ ହଟହଟା ହୋଇଛି । ମହିଳାଙ୍କ ଭୁଲ ପାଇଁ ଭୁଲରେ ରତନ ଟାଟାଙ୍କ ନାମର ଟ୍ରାଫିକ୍ ନିୟମ ଉଲ୍ଲଂଘନର ଇ-ଚାଲଣ କାଟିଛି ମୁମ୍ବାଇ ପୋଲିସ ।
ନିକଟରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ତରଫରୁ ଶିଳ୍ପପତି ରତନ ଟାଟାଙ୍କ ପାଖକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା ପୈଠ ପାଇଁ ଇ-ଚାଲଣ ଯାଇଥିଲା । ରତନ ଟାଟାଙ୍କ ଗାଡି ଟ୍ରାଫିକ୍ ନିୟମ ଭାଙ୍ଗିବା କଥା ଶୁଣି ଯଦି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ତେବେ ଏହା ସତ । ରତନ ଟାଟାଙ୍କ ଗାଡି କୌଣସି ଟ୍ରାଫିକ୍ ନିୟମ ଭାଙ୍ଗି ନଥିଲା । ଟ୍ରାଫିକ୍ ନିୟମ ଭାଙ୍ଗିଥିଲା ଆଉ ଗୋଟିଏ ଗାଡି କିନ୍ତୁ ତାର ନମ୍ବର ରତନ ଟାଟାଙ୍କ ଗାଡି ନମ୍ବର ସହିତ ସମାନ ଥିଲା ।

ଟ୍ରାଫିକ ପୋଲିସ ଇ-ଚାଲଣ ପାଇବା ପରେ ରତନ ଟାଟାଙ୍କ ଅଫିସ ପକ୍ଷରୁ ଏଭଳି କୌଣସି ଉଲ୍ଲଂଘନ ହୋଇ ନଥିବା କଥା କୁହାଯାଇଥିଲା । ଏହାପରେ ମୁମ୍ବାଇ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ସିସିଟିଭି ଫୁଟେଜ୍ ଜାଂଚ କରିଥିଲା । ଜାଂଚରୁ ଜଣା ପଡିଥିଲା ଯେ, ରତନ ଟାଟାଙ୍କ ଅଫିସ ଠିକ୍ କହୁଥିଲା । କାରଣ ଯେଉଁ କାର ଟ୍ରାଫିକ୍ ନିୟମ ଭାଙ୍ଗିଥିଲା ତାହା ରତନ ଟାଟାଙ୍କର ନଥିଲା । କିନ୍ତୁ କାର ନମ୍ବର ସମାନ ଥିଲା । ଏହା ପରେ ପୋଲିସ ଅଧିକ ଯାଂଚ କରିବା ପରେ ଘଟଣାର ଜ୍ୟୋତିଶ ମୋଡ ସାମ୍ନାକୁ ଆସିଥିଲା ।

ଘଟଣା ଏମିତି । ଏକ କାର କମ୍ପାନୀର ଅଧ୍ୟକ୍ଷ ଥିବା ଜଣେ ମହିଳାର ଜ୍ୟୋତିଶଙ୍କ ଉପରେ ଅଧିକ ବିଶ୍ୱାସ ରହିଛି । ମହିଳା ଜଣଙ୍କୁ କାର ନମ୍ବର ବଦଳାଇବାକୁ ଜ୍ୟୋତିଶ ପରାମର୍ଶ ଦେଇଥିଲେ । ତେବେ ଯେଉଁ ନମ୍ବର ତାଙ୍କୁ ଗାଡିରେ ଲଗାଇବାକୁ ଜ୍ୟୋତିଶ କହିଥିଲେ ତାହା ରତନ ଟାଟାଙ୍କର ବୋଲି ତାଙ୍କୁ ଜଣା ନଥିଲା । ପୋଲିସ ମହିଳାଙ୍କୁ ଏବେ ଗିରଫ କରିବାକୁ ପ୍ରସ୍ତୁତ ହେଉଛି ।

Leave a Reply