spot_img

Latest Posts

ଘଣ୍ଟା ପ୍ରତି ୧୫ କିମି ବେଗରେ ମାଡ଼ିଆସୁଛି ବାତ୍ୟା ମୋନ୍ଥା : କାକିନାଡ଼ା ଠାରୁ ୬୨୦କିମି, ଗୋପାଳପୁର ଠାରୁ ୭୯୦ କିମି ଦୂରରେ ମୋନ୍ଥା

ନନ୍ଦିଘୋଷ ବ୍ୟୁରୋ : ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପ ସାଗର ଲଘୁଚାପ। ଗଭୀର ଅବପାତରୁ ତାହା ବାତ୍ୟାରେ ପରିଣତ ହୋଇଥିବା ପାଣିପାଗ ବିଭାଗର ସଦ୍ୟ ବୁଲେଟିନରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି। ବିଗତ ୩ ଘଣ୍ଟାରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତିକରିବା ସହ ବର୍ତ୍ତମାନ କାକିନାଡ଼ା ଠାରୁ ୬୨୦କିମି, ବିଶାଖାପାଟନମ ଠାରୁ ୬୫୦ କିମି ଓ ଗୋପାଳପୁର ଠାରୁ ୭୯୦ କିମି ଦୂରରେ ମୋନ୍ଥା । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। ଏହାପରେ ପରବର୍ତ୍ତୀ ୧୨ ଘଣ୍ଟାରେ ପଶ୍ଚିମ ଉତ୍ତର ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ସୁଦ୍ଧା ଏକ ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ୨୮ ଅକ୍ଟୋବର ରାତି ଏବଂ ୨୯ ଅକ୍ଟୋବର ମଧ୍ୟରେ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ। ଆନ୍ଧ୍ରର ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୧୧୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୮ ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ। ଆଜଚି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୨୮ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୬ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖଓର୍ଦ୍ଧା, ପୁରୀକୁ ଅରେଂଜ ଆଲର୍ଟ ଜାରି କରାଯାଇଛି। ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି  କରାଯାଇଛି। ଆଜିଠାରୁ ୨୯ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Latest Posts

Don't Miss