spot_img

Latest Posts

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ମଇଦାନରେ ରହିଛନ୍ତି ୯ ଜଣପ୍ରାର୍ଥୀ । ୧୦ ଜଣ ନାମାଙ୍କର ଦାଖଲ କରିଥିବାବେଳେ ଭୁବନେଶ୍ବର ଗଡ଼ିଆ ନାମକ ଜଣେ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଏବେ ମୋଟ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ, ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତାଙ୍କ ସହିତ ମଇଦାନରେ ଅଛନ୍ତି ୩ଜଣ ସ୍ବାଧୀନ ପ୍ରାର୍ଥୀ । ବିଜୟ କୁମାର ଜାଳାନ, ମହେନ୍ଦ୍ର ଲୁହା ଓ ଜ୍ଞାନେନ୍ଦ୍ର ବେହେରା ସ୍ବାଧୀନ ପ୍ରାର୍ଥୀ ଅବତୀର୍ଣ୍ଣ ରହିଛନ୍ତି ।

Latest Posts

Don't Miss