ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ପବିତ୍ର ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର , ଐଶାନେଶ୍ବର , ଦକ୍ଷିଣେଶ୍ବର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪ଟା ୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି । ଚଳିତ ବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ଏହି ଅବସରରେ ସାଧୁସନ୍ଥ ମାନଙ୍କ ଦ୍ଵାରା  ଚନ୍ଦ୍ରଭାଗା ତ୍ରିଥ ପୁସ୍କରଣୀରେ ଆଳତୀ ପରିବେଶକୁ ଭାବମୟ କରିଥିଲା ।

ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ।  ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଏସପିଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସିନାଲ ଏସପି , ୩୦ଜଣ ସିନିଆର ପୋଲିସ ଅଫିସର, ୧୦୦ ଜଣ ଓ ଆଇସିଏ ଏସଆଇ, ଟ୍ରାଫିକ ପୋଲିସ, ଲାଇଫ ଗ୍ରାଡ଼, ସାଧା ପୋଷାକଧାରୀ ପୋଲିସ ସହ ମେଳା ପଡିଆରେ ଦୁଇଟି ୱାଚ ଟାୱାର  ନିର୍ମାଣ କରାଯାଇଛି । ପ୍ରଶାସନିକ ଅଧିକାରୀ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ରହି ତିନି ଠାକୁରଙ୍କ ଶୋଭାଯାତ୍ରା , ନୀତିକାନ୍ତି ଓ ବୁଡ ପରିଚାଳନା କରିଥିଲେ ।