ଭୁବନେଶ୍ବରରେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ଘୋଷଯାତ୍ରାରେ ସାମିଲ ହେବା ସହ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବେ ମହାମହିମ । ଏଥିପାଇଁ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ଦିନିଆ ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ଯକ୍ରମରେ ସାମିଲ ହେବେ । ଆସନ୍ତାକାଲି ୧୦ଟା ୨୦ରେ ରାଜଭବନରୁ ବାହାରି ସ୍ବତନ୍ତ୍ର ବିମାନ ଯୋଗେ ୧୧ଟା ବେଳେ ପୁରୀ ତାଳବଣିଆ ସ୍ଥିତ ହେଲିପ୍ଯାଡରେ ପହଞ୍ଚିବେ । ସେଠାରୁ ରାଜଭବନ ଯାଇ ବିଶ୍ରାମ ନେବା ପରେ ୧୨ଟାରୁ ଗୋଟାଏ ମଧ୍ଯରେ ବଡ଼ଦାଣ୍ଡକୁ ଯାଇ ରଥଯାତ୍ରାରେ ସାମିଲ ହେବେ । ରାତି ୯ଟା ୩୫ରେ ପୁରୀ ଛାଡ଼ିବା ସହ ୧୦ଟାରେ ଭୁବନେଶ୍ବର ପହଞ୍ଚିବାର କାର୍ଯ୍ଯକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।