ଭୁବନେଶ୍ୱର : ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ । ବିଧାନସଭାରେ ଉତ୍ତର ରଖିଲେ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ । ନିର୍ଦ୍ଧାରିତ ମାନଠାରୁ ପ୍ରଦୂଷଣ ଉର୍ଦ୍ଧ୍ୱରେ ବୋହୁଥିବା ନଦୀଗୁଡ଼ିକ ହେଲା, ଦୟା, ଗଙ୍ଗୁଆ, ମହାନଦୀ, ଲୁଣା, ଋଷିକୂଲ୍ୟା, ନାଗାବଳୀ, ବ୍ରାହ୍ମଣୀ, ମଙ୍ଗଳା, କୁସୁମି, ନନ୍ଦିରା ଜୋର, ଗୁରାଡ଼ିହି, କାଠଯୋଡ଼ି, ସେରୁଆ, ରତ୍ନଚିରା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡେନ୍, ଶାବୁଳିଆ ଓ ବୁଢ଼ାବଳଙ୍ଗ