ଢେଙ୍କାନାଳ: ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଲା ଢେଙ୍କାନାଳ ମେରାମୁଣ୍ଡଳୀରେ ଥିବା ଲାନକୋ କମ୍ପାନୀର ୧୬୦ ମିଟର ଉଚ୍ଚତାର ଚିମିନି । ପୂର୍ବରୁ ୨ ଥର ବ୍ଲାଷ୍ଟିଂ ପାଇଁ ଚେଷ୍ଟା ପରେ ବି ଭାଙ୍ଗିନଥିଲା ଚିମିନି । ତୃତୀୟ ଥର ପାଇଁ ଆଜି ବିସ୍ଫୋରଣ କରାଯାଇଥିଲା । ଚିମିନିର ୪ କିଲୋମିଟର ଯାଏ ପୋଲିସ ନିୟୋଜିତ ହୋଇଛନ୍ତି । ବିପଦକୁ ଏଡ଼ାଇବା ପାଇଁ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ନୋଏଡା ଟୁଇନ୍ ଟାୱାର ଭାଙ୍ଗିଥିବା ବିସ୍ଫୋରକ ବିଶେଷଜ୍ଞ କମ୍ପାନୀର ୨୦ ଜଣିଆ ଟିମ୍ ବ୍ଲାଷ୍ଟିଂ ଦାୟିତ୍ବ ନେଇଥିବା ସୂଚନା ମିଳିଛି । ୭୫୦ ବିସ୍ଫୋରକରେ ୩ଟି ପର୍ୟ୍ୟାୟରେ ଚିମିନି ଭଙ୍ଗାଯାଇଛି । ନନ ଇଲେକ୍ଟିରକାଲ ବ୍ଲାଷ୍ଟିଂ ପ୍ରକ୍ରିୟାରେ ଚିମିନି ଭଙ୍ଗାଯାଇଛି। ୨୦୧୦ ମସିହାରେ ତିଆରି ହୋଇଥିବା ଏହି ଚିମିନିର ଉଚ୍ଚତା ୧୬୦ ମିଟର ଓ ଗୋଲେଇ ୧୮ ମିଟର ।

