ରାଜଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ

କଟକ: ସେବା, ସମାଜକୁ ସଶକ୍ତ, ନିଜର ପରିବର୍ତ୍ତନରେ ବିଶ୍ୱ ପରିବର୍ତ୍ତନର କାମ ବ୍ରହ୍ମମାକୁମାରୀ ସଂଗଠନ ଖୁବ ସୁନ୍ଦର ଭାବରେ କରୁଛି । ସବୁ ପ୍ରକାର ଅଶାନ୍ତ ବାତାବରଣ ଭିତରେ ନିଜକୁ କିଭଳି ଶାନ୍ତ କରି ରଖିହେବ, ସେହି ଜ୍ଞାନ ଦେଉଛି ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବବିଦ୍ଯାଳୟ । କଟକ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରୁ ୧୯୭୩ ମସିହାରେ ଆରମ୍ଭ ହୋଇଥିବା ଏହି ସେବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆଧ୍ୟାତ୍ମିକ ସେବାର ଆବଶ୍ୟକତା, ପ୍ରସଙ୍ଗିକତା ଓ ମହତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଜଯୋଗ ମାଧ୍ୟମରେ ମଣିଷ ନିଜର ଆତ୍ମାକୁ ସଶକ୍ତ କରି ପାରିବ ଓ ଆଜିକାର ଅଶାନ୍ତ ବାତାବରଣ ଭିତରେ ଆତ୍ମା ସଶକ୍ତ ହେଲେହିଁ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି । ବ୍ୟକ୍ତି ଚରିତ୍ର ପରିବର୍ତ୍ତନ କାମ ବ୍ରହ୍ମା କୁମାରୀ ସଂଗଠନ ବେଶ ପ୍ରଭାବଶାଳୀ ଢଙ୍ଗରେ କରିଛି । ଆଉ ଏହି ବ୍ୟକ୍ତି ଚରିତ୍ର ପରିବର୍ତ୍ତନ ହେଲେ, ସମାଜରେ, ରାଜ୍ୟରେ, ଦେଶରେ ଓ ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ।