ରାତି ୮ ସୁଧା ନାଗପୁରରେ ୧୦ ହଜାର ରେମଡେସିଭିର ଇଂଜକ୍ସନ ପହଞ୍ଚାଇବାକୁ ହାଇକୋର୍ଟଙ୍କ ଆଦେଶ

1 min read

ମୁମ୍ବାଇ: ଲାଗୁଛି କରୋନା ସଂକ୍ରମଣକୁ ନେଇ ଦେଶର ବିଭିନ୍ନ ହାଇକୋର୍ଟ ଅଧିକ ପ୍ରୋଆକ୍ଟିଭ୍ ହୋଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ ସହରରେ ଲକଡାଉନ୍ ଲାଗୁ କରିବାକୁ ଆଦେଶ ଦେବାର କେଇ ଘଣ୍ଟା ପରେ ବମ୍ବେ ହାଇକୋର୍ଟ ସୋମବାର ରାତି ୮ଟା ସୁଧା ନାଗପୁରରେ ୧୦ ହଜାର ରେମଡେସିଭିର ଇଂଜକ୍ସନ ପହଂଚାଇବାକୁ ଆଦେଶ ଦେଇଛନ୍ତି ।
ମହାରାଷ୍ଟ୍ରର ଅଧିକାଂଶ ସହର ଯେମିତି ମୁମ୍ବାଇ,ନାଗପୁର ଓ ପୁନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି ।

ଏହି ସହର ଗୁଡିକର ହସ୍ପିଟାଲ ଶଯ୍ୟା ସହିତ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ମଧ୍ୟ ଅନୁଭୂତ ହେଉଛି । ଏହାରି ଭିତରେ ଗମ୍ଭୀର କରୋନା ସଂକ୍ରମିତଙ୍କ ପାଇଁ ଆବଶ୍ୟକ ରେମଡେସିଭିର ଇଂଜକ୍ସେନର କଳାବଜାରି ହେଉଥିବା ଅନେକ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ଉଦ୍ଧବ ସରକାରଙ୍କୁ ସୋମବାର ରାତି ୮ଟା ସୁଧା ନାଗପୁର ସହରକୁ ୧୦ ହଜାର ରେମଡେସିଭିର ଇଂଜକ୍ସନ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି ।

ବମ୍ବେ ହାଇକୋର୍ଟର ଜଷ୍ଟିଷ ସୁନିଲ ଶୁକରେ ଓ ଏସଏମ୍ ମୋଦକଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ, ରେମଡେସିଭିରର ବିତରଣ ଆବଶ୍ୟକତା ଅନୁସାରେ ହେବା ଜରୁରୀ । ହାଇକୋର୍ଟ ମଧ୍ୟ ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ସରକାରଙ୍କୁ କେଉଁ ଆଧାରରେ ଔଶଧ ବିତରଣ ହେଉଛି ସେ ସମ୍ବନ୍ଧରେ ଜବାବ ମାଗିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଯଦି ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟାର ୪୦ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ତେବେ ସେହି ଅନୁପାତରେ ମହାରାଷ୍ଟ୍ରକୁ ଔଶଧ ମିଳିବା ଆବଶ୍ୟକ ।ସୂଚନାଯୋଗ୍ୟ ଯେ, କରୋନାର ଗମ୍ଭୀର ରୋଗୀଙ୍କୁ ରେମଡେସିଭିର ଇଂଜକ୍ସନ ଦିଆଯାଇଥାଏ । ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ଏହି ଔଶଧର ବ୍ଲାକ୍ ମାର୍କେଟିଂ ହେଉଥିବା ଖବର ଆସୁଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner