ସ୍ୱାମୀ ସୌମ୍ୟଙ୍କ ପ୍ରଶ୍ନ କରିବାରୁ ଲାଇଡିଟେକ୍ସନ ଟେଷ୍ଟରେ ଭାବବିହ୍ୱଳ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ଏସିଏଫ ମୃତ୍ୟୁ ଘଟଣାର ଅନ୍ତିମରେ ପହଁଚିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ । ଘଟଣାରେ ପର୍ଦ୍ଦାଫାସ କରିବାକୁ ପ୍ରୟାସରତ ତଦନ୍ତ ଟିମ । ଯେଉଁଥିପାଇଁ ଫରନେସିକ ଲାଇବ୍ରେରୀରେ ପ୍ରଥମେ ଡିଏଫଓଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହା ପରେ ଆଜି ମୃତ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟ ଲାଇଡ଼ିଟେକ୍ସନ ଟେଷ୍ଟ ଜାରି ରହିଛି । କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀଙ୍କୁ କରିଛି ମାରାଥନ ଜେରା । ଆଉ ଏହି ସମୟରେ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ଭାବବିହ୍ୱଳ ହୋଇପଡିଥିବା ଜଣା ପଡିଛି ।
ସ୍ବାମୀ ସୌମ୍ୟରଞ୍ଜନଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଗୁଡ଼ିଆ ତୁଡ଼ିଆ ପ୍ରଶ୍ନରେ ଭାବବିହ୍ବଳ ହୋଇପଡିଲେ ବିଦ୍ୟାଭାରତୀ । କିନ୍ତୁ ବିଦ୍ୟାଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟରୁ ତାହା ସ୍ପଷ୍ଟ ଜଣାପଡ଼ିବ । ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହାସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।
ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହରେ ରହି ଆସିଛନ୍ତି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା । ସେପଟେ ମୃତ ଏସିଏଫ ସୌମ୍ୟ ରଞ୍ଜନ ପତ୍ନୀଙ୍କ ସହ ବିଦ୍ୟା ଭାରତୀଙ୍କ ସମ୍ପର୍କ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକ । ସୌମ୍ୟ ଆତ୍ମହତ୍ୟା ନୁହେଁ ହତ୍ୟା କରିଥିବା ମଧ୍ୟ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏବଂ ଏହି ଘଟଣାରେ ସିଧାସଳଖ ବିଦ୍ୟା ଭାରତୀ ଏବଂ ଡ଼ିଏଫଙ୍କର ସମ୍ପୃକ୍ତି ରହିଥିବା ପ୍ରକାଶ କରିଛନ୍ତି ପରିବାର ଲୋକ ।