spot_img

Latest Posts

ହକି ବିଶ୍ୱକପ୍ ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ନିମନ୍ତ୍ରଣ

କୋଲକାତା: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କୋଲକାତା ଯାଇ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ କରିଛନ୍ତି । ମମତା ବନାର୍ଜୀ କିଛି ଜରୁରୀ କାର୍ଯ୍ୟ ପାଇଁ ଉପସ୍ଥିତ ନଥିଲେ । ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ଭେଟି ଶ୍ରୀକାନ୍ତ ସାହୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ମନ୍ତ୍ରୀ ଚନ୍ଦ୍ରିମା ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ହକି ବିଶ୍ୱକପରେ ସାମିଲ ପାଇଁ ନିମନ୍ତ୍ରଣ ଜାଣି ଖୁସି ହେବେ ଏବଂ ସେ ନିଶ୍ଚୟ ଏହି ସମାରୋହରେ ଯୋଗଦେବେ । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା । ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଚନ୍ଦ୍ରିକା । ଜାନୁଆରୀ ୧୩ରୁ ୨୯ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ୱକପ । ଏଥିରେ ସାମିଲ ହେବାକୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି ଓଡିଶା ।

Latest Posts

Don't Miss