ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ଅଭିଯୁକ୍ତକୁ ଫାଶୀ ନୁହେଁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ

Odisha High Court Constituted 5 Members Advocate Panel For Dhinkia

ଅନୁଗୁଳ: ଦୁଷ୍କର୍ମକାରୀ ଅଭିଯୁକ୍ତର ରଦ୍ଦ ହେଲା ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ପରିବର୍ତ୍ତେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ହାଇକୋର୍ଟ । ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ୨୦୧୯, ଜାନୁଆରି ୨୦ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଜଣକ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା ।

ସୂଚନା ଅନୁଯାୟୀ ସେହି ଗାଁର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ଅନାମ ନାବାଳିକାକୁ ଦୁଷ୍କର୍ମ କରିଥିଲା। ପରେ ଅନାମ ପଥରେ ଛେଚି ପୀଡିତାକୁ ହତ୍ୟା କରିଥିଲା। ଏନେଇ ମୃତକଙ୍କ ପରିବାର ଅଭିଯୁକ୍ତ ଅନାମ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା।

ଅନାମକୁ ଗିରଫ କରିବା ପରେ ପୋଲିସ କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାରେ ସ୍ବତନ୍ତ୍ର ପୋକସୋ କୋର୍ଟ ଅନାମକୁ ଫାଶୀ ଦଣ୍ଡ ଦେଇଥିଲେ । ପରେ ଅନାମ ଫାଶି ଦଣ୍ଡାଦେଶକୁ କୋହଳ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ହାଇକୋର୍ଟ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ଡ ପରିବର୍ତ୍ତେ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି ।

Leave a Reply