ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ଫର୍ମାଟରେ ରାଙ୍କିଂ ପ୍ରକାଶ ପାଇଛି। ଏହି କ୍ରମରେ ଆଇସିସିର ଟି-୨୦ ବୋଲିଂ ରାଙ୍କିଂରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ୱିକେଟକିପର୍ ଇଶାନ କିସାନ ଏବଂ ଅଲରାଉଣ୍ଡର ଦୀପକ ହୁଡ୍ଡା କମାଲ କରିଛନ୍ତି। ଏହା ବ୍ୟତୀତ ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଛନ୍ତି।
କ୍ରିକେଟର ଇଶାନ କିସାନ କିଛିଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ସିରିଜ ମ୍ୟାଚରେ ୩୭ ରନର କରି କମାଲ କରିଥିଲେ। ବର୍ତ୍ତମାନ ଇଶାନ ୨୩ ନମ୍ବରରେ ନିଜର ସ୍ଥାନ ବନାଇପାରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଅଧିନାୟକ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ୫୦ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେ ଟପ-୫୦ରେ ପ୍ରବେଶ କରିଛନ୍ତି । ଏହା ବ୍ୟତୀତ ଅଲରାଉଣ୍ଡର ଦୀପକ ହୁଡ୍ଡା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ହୁଡ୍ଡା ବୋଲିଂ ରାଙ୍କିଂରେ ୪୦ ସ୍ଥାନ ଆଗକୁ ବଢ଼ିଛନ୍ତି ।
ଦୀପକ ହୁଡ୍ଡା ଶ୍ରୀଲଙ୍କା ବିପକ୍ଷ ସିରିଜ ପ୍ରଥମ ଟି-୨୦ ମ୍ୟାଚରେ ବିଜୟର ହିରୋ ଥିଲେ । ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଥିଲା । ଏହି ମ୍ୟାଚରେ ଦୀପକ ୨୩ ବଲରେ ୪୧ ରନ୍ କରିଥିଲେ। ଏହାର ଫାଇଦା ତାଙ୍କୁ ହୋଇଛି ଏବଂ ସେ ୪୦ ସ୍ଥାନ ଆଗକୁ ବଢ଼ି ଶୀର୍ଷ-୧୦୦ରେ ପ୍ରବେଶ କରିଛନ୍ତି । ଏବେ ସେ ୯୭ତମ ସ୍ଥାନରେ ପହଞ୍ଚିଛନ୍ତି।

