ଆଉ ନାହାନ୍ତି ବଲିଉଡ ଅଭିନେତା ୟୁସୁଫ ହୁସେନ୍

Actor Yusuf Hussain Dies Of COVID At 73. Son-In-Law Hansal Mehta Writes, "I  Am Truly Orphaned Today"

ଭେଟରନ୍ ବଲିଉଡ ଅଭିନେତା ୟୁସୁଫ ହୁସେନ ଆଉ ନାହାନ୍ତି । ଏଭଳି କଳାକାରଙ୍କ ନିଧନ ମନୋରଞ୍ଜନ ଜଗତର ଏକ ଅପୂରଣୀୟ କ୍ଷତି  । କୋଭିଡ କାରଣରୁ ଆଜି ସକାଳେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି  । ଚଳଚ୍ଚିତ୍ର ନିର୍ଦ୍ଦେଶକ ହଂସଲ ମେହତା ନିଜ ସୋସିଆଲ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି  ।

ହଂସଲ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହିତ ନିଜ ଟ୍ୱିଟରେ ଲେଖିଛନ୍ତିଯେ “ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ମୋ କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲା ଠିକ୍ ଏତିକି ବେଳେ ୟୁସୁଫ ସାହେବ ନିଜେ ଜମା କରିଥିବା ସମସ୍ତ ଟଙ୍କା ଦେଇ ମୋତେ ସାହାର୍ଯ୍ୟ କରିଥିଲେ  ।  ସେ ସମ୍ପର୍କରେ ମୋ ଶଶୁର ହୋଇପାରନ୍ତି ମାତ୍ର, ମୁଁ ତାଙ୍କୁ ପିତାର ସମ୍ମାନ ଦିଏ  । ସେ ଆହୁରି ଲେଖିଛନ୍ତିଯେ ଆଜି ସେ ଚାଲିଗଲେ କାରଣ ସ୍ୱର୍ଗରେ ଥିବା ସମସ୍ତ ମହିଳା କେତେ ଯେ ସୁନ୍ଦର ଏବଂ ପୁରୁଷ କେତେ ଯବାନ ବୋଲି ତାଙ୍କୁ କହିପାରିବେ  । ମୋର ଏ ନୂଆ ଜୀବନ ପାଇଁ ମୁଁ ସବୁଦିନ ଆପଣଙ୍କ ପାଖରେ ଋୁଣି  । ଆଜିଠୁ ମୁଁ ଅନାଥ ପାଲଟିଗଲି  । ଆପଣଙ୍କ ବିନା ଜୀବନ ଆଉ ଆଗ ଭଳି ରହିବ ନାହିଁ  ।” ଏହି ଟ୍ୱିଟର ରିପ୍ଲାଏରେ ଜଣେ ବ୍ୟକ୍ତି ଲେଖିଛନ୍ତି “ RIP, ଭଗବାନ ଏଭଳି ଲୋକଙ୍କୁ ଆଉ ଏବେ ଗଢ଼ୁନାହାନ୍ତି, ଆପଣଙ୍କ କ୍ଷତି ପାଇଁ ମୁଁ ଦୁଃଖିତ  ।” ପୂଜା ଭଟ୍ଟ ରିପ୍ଲାଏରେ ଲେଖିଛନ୍ତି ଏଭଳି ଖବର ଶୁଣି ମୋ ଆଖିରେ ଲୁହ ଆସିଯିବା ସହ ଆପଣଙ୍କ ଦୁଃଖ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ  ।

Leave a Reply