ଆକାଶରୁ ଖସିଲା ମୃତ୍ୟୁର ବଜ୍ରାଘାତ, ଆଖି ବୁଜିଲେ ୨୨ ନିରୀହ ପଶୁ
Lightning over field
ଗଜପତି: ବଜ୍ରାଘାତରେ ୨୨ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ମହେନ୍ଦ୍ରଗିରି ଶିଖରରେ ଅପରାହ୍ନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର ନିକଟରେ ଲାବାନ୍ୟଗଡ ଅଞ୍ଚଳର ୧୬ ଟି ମହିଁଷି ଓ ୬ ଟି ଗାଇ ପାହାଡ଼ ଉପରେ ତରୁ ଥିବା ବେଳେ ବଜ୍ରପାତ ହୋଇଥିଲା। ତେବେ ଘଟଣାସ୍ଥଳରେ ଏକସଙ୍ଗେ ୨୨ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି।
ସେପଟେ ଏଭଳି ଖବର ପାଇ କଇଁପୁର ରାଜସ୍ଵ ନିରିକ୍ଷକ, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏଭଳି ଏକ କାଳରୂପୀ ବଜ୍ରାଘାତ ସଭିଙ୍କୁ ଚକିତ କରିଛି । କେଉଁ କେଉଁ ବ୍ୟକ୍ତିଙ୍କର ଏହି ଗୃହପାଳିତ ପଶୁ । ତାହାର ମଧ୍ୟ ତାଲିକା ପ୍ରସ୍ତୁତ କତରାଯାଉଛି । କ୍ଷୟକ୍ଷତି ଦେବା ନେଇ ମଧ୍ୟ ରାଜସ୍ୱ ନିରିକ୍ଷକ ଆଲୋଚନା କରିଥିବା ଜଣାପଡ଼ିଛି ।
