spot_img

Latest Posts

ଆଜି ପଞ୍ଚମ ଦିନରେ ମଧ୍ୟ ହୋଇପାରେ ଗୃହ ହୁଲସ୍ତୁଲ ; ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ

ଭୁବନେଶ୍ବର : ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ। ପଞ୍ଚମ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ୩ ଦିନ ଧରି ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗରେ ଗୃହ କମ୍ପୁ ଥିବା ବେଳେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ଅସ୍ତ୍ର କରି ପାରନ୍ତି ବିରୋଧୀ। ଏପଟେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ନିର୍ମାଣ, ଅବକାରୀ, ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତା ଉପରେ ରହିଛି ନଜର। ସେହିପରି ଅପରାହ୍ନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଉପସ୍ଥାନ ହେବାର ଅଛି।

Latest Posts

Don't Miss