spot_img

Latest Posts

ଆଜି ବି ଭିଜିପାରେ ଓଡ଼ିଶା ; ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ନନ୍ଦିଘୋଷ ବ୍ୟୁରୋ : ଆଜି ବି ଭିଜିପାରେ ଓଡ଼ିଶା ।  ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା। ଗ୍ୟାଙ୍ଗୟ ପଶ୍ଚିମବଙ୍ଗରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଟ୍ରପ ଲାଇନ ଲମ୍ବିଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବ ।   ଦକ୍ଷିଣ ଓଡିଶା ସମେତ ଉତ୍ତର ଓଡ଼ିଶାର କୋରାପୁଟ, ରାୟଗଡା, ଗଂଜାମ   ଗଜପତି, କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଓ  ଭଦ୍ରକରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବର୍ଷା ବେଳେ ୫୦ କିମି ଝଟକା ପବନ ବାହିପାରେ । ଏହି ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି  କାଲି ରାୟଗଡା ,ଗଂଜାମ, ଗଜପତି ,କନ୍ଧମାଳ ,ବଲାଙ୍ଗୀର,  ବରଗଡ଼,  ଝାରସୁଗୁଡା , ସୁନ୍ଦରଗଡ ,କେନ୍ଦୁଝର  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଜଗତସିଂହପୁର, ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ  ୪୦ ରୁ ୫୦  କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ମାର୍ଚ୍ଚ ୨୮ ତାରିଖରେ କୋରାପୁଟ ,ରାୟଗଡା , ଗଂଜାମ ଗଜପତି ,ସୁନ୍ଦରଗଡ ,ମୟୂରଭଞ୍ଜ, କେନ୍ଦୁଝର ଓ  ବାଲେଶ୍ୱର ଭଳି ୮ ଜିଲ୍ଲାରେ  ବିଜୁଳି ଘଡଘଡି ସହ  ୪୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ   ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ଓ ୩୦ ତାରିଖରେ କିଛି ଅଞ୍ଚଳରେ ପାଗ ସାଧାରଣ ହେବା ସତ୍ୱେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Latest Posts

Don't Miss